ସାନିଟାଇଜର ଠାରୁ ସାବୁନ ଭଲ : ୧୫ରୁ ୨୦ ସେକେଣ୍ଡ ଯାଏ ସାବୁନରେ ହାତକୁ ଭଲଭାବେ ଧୋଇବାକୁ ପରାମର୍ଶ, କାଶ, ଛିଙ୍କ ହେଲେ ରୁମାଲ ବ୍ୟବହାର କରନ୍ତୁ

645

କନକ ବ୍ୟୁରୋ : ସାନିଟାଇଜର ଠାରୁ ସାବୁନ ଭଲ । ସାବୁନରେ ହାତକୁ ୨୦ ସେକେଣ୍ଡ ପାଇଁ ଭଲଭାବରେ ଧୁଅନ୍ତୁ । ସାବୁନରେ ହାତ ଧୋଇଲେ ଭୂତାଣୁକୁ ମାରିବା ସହଜ ହେବ । କାରଣ ସାବୁନ ଫେଣ ହାତର ନଖ କୋଣ ଭିତରେ ପଶି ଭୂତାଣୁକୁ ମାରିପାରିବ ବୋଲି କହିଛନ୍ତି ଡିଏମ୍ଇଟି ତଥା ରାଜ୍ୟର ଜଣେ ଖ୍ୟାତନାମା ଡାକ୍ତର ସିବିକେ ମହାନ୍ତି ।

କରୋନା ଭୟ ବଢି ଚାଲିଥିବା ବେଳେ ସାଧାରଣ ଲୋକଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ରହିଛି ସମସ୍ତେ ମାସ୍କ ପିନ୍ଧିବା ଜରୁରୀ କି ? ଆଉ ଏତିକି ବେଳେ ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ସମସ୍ତେ ମାସ୍କ ପିନ୍ଧିବା ଆଦୌ ଜରୁରୀ ନୁହେଁ । ଥଣ୍ଡା, କାଶ ଓ ଜ୍ୱରରେ ପୀଡିତ ବ୍ୟକ୍ତି ମାସ୍କ ପିନ୍ଧନ୍ତୁ । ଏବଂ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ପାଖରେ ରହୁଥିବା ବ୍ୟକ୍ତି ମାସ୍କ ପିନ୍ଧିବା ନିହାତି ଜରୁରୀ । ସୁସ୍ଥ ବ୍ୟକ୍ତି ମାସ୍କ ପିନ୍ଧିଲେ, ଅନ୍ୟମାନେ ଭୟଭିତ ହେଉଥିବା ଡିଏମଇଟି କହିଛନ୍ତି ।

କାଶ ଓ ଛିଙ୍କ ବେଳେ ମୁହଁକୁ ରୁମାଲ ଓ ଟିସୁ ପେପରରେ ମୁହଁକୁ ଘୋଡେଇ ରଖନ୍ତୁ । କାଶିବା, ଛିଙ୍କିବା ପରେ ହାତ ନଧୋଇ ଆଖି ନାକ ଓ ପାଟିକୁ ସ୍ପର୍ଶ କରନ୍ତୁ ନାହିଁ । କାଶୁଥିବା ଓ ଛିଙ୍କୁଥିବା ଲୋକଙ୍କ ଠାରୁ ୧ ମିଟର ଦୂରତା ରକ୍ଷା କରନ୍ତୁ । ଗୋଟିଏ ସ୍ଥାନରେ ଏକାଧିକ ଲୋକ ଏକାଠୁ ହୁଅନ୍ତୁ ନାହିଁ । ନିଜେ ସଫା ରହିବା ସହ ନିଜ ଆଖପାଖ ଅଂଚଳକୁ ପରିସ୍କାର ପରିଚ୍ଛନ୍ନ ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଡିଏମଇଟିା ।

ସବୁ କାଶ, କଫ କରୋନା ଭୂତାଣୁ ଯୋଗୁଁ ହେଉଛି ତା ନୁହେଁ, କିନ୍ତୁ କାଶ, କଫ, ଥଣ୍ଡା ଓ ଜ୍ୱର ହେଲେ ନିଜ ସୁରକ୍ଷା ଦୃଷ୍ଟିରୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଇବା ଜରୁରୀ । ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରନ୍ତୁ ବୋଲି କହିଛନ୍ତି ଡାକ୍ତର ସି.ବି.କେ ମହାନ୍ତି ।