ଢେଙ୍କାନାଳ ରିଜର୍ଭ ପୋଲିସ ଫାୟାରିଂ ରେଂଜରେ ବନ୍ଧୁକ ଚାଳନା ପ୍ରତିଯୋଗିତା ! ମାଓବାଦୀ ମୁକାବିଲା ପାଇଁ ପ୍ରସ୍ତୁତି

34

କନକ ବ୍ୟୁରୋ : ରାଜ୍ୟର ସର୍ବପୁରାତନ ଫାୟାରିଂ ରେଂଜରେ ବନ୍ଧୁକ ଚାଳନା ପ୍ରତିଯୋଗିତା । ଢେଙ୍କାନାଳ ରିଜର୍ଭ ପୋଲିସ ଫାୟାରିଂ ରେଂଜରେ ବିଭିନ୍ନ ରେଂଜରୁ ୧୮ଟି ଦଳ ଅତ୍ୟାଧୁନିକ ବନ୍ଧୁକ ଚାଳନା ଅଭ୍ୟାସ କରିଛନ୍ତି । ମାଓବାଦୀ ମୁକାବିଲା ନିମନ୍ତେ ଏପରି ଏକ ପ୍ରତିଯୋଗିତାର ଆୟାଜନ ହୋଇଥିଲା । ତେବେ ଏଠାରେ ୫୧ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ସମାପ୍ତ ହୋଇଛି ।

ଢେଙ୍କାନାଳ ରିଜର୍ଭ ପଡିଆ ହେଉଛି ରାଜ୍ୟର ସର୍ବଶ୍ରେଷ୍ଠ ଫାୟାରିଂ ରେଂଜ । ଏଠାରେ ୪ଦିନ ଧରି ଚାଲିଥିଲା ୫୧ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା । ରାଜ୍ୟର ବିଭିନ୍ନ କ୍ୟାମ୍ପରୁ ୧୮ଟି ଶୁଟିଂ ଟିମ ଯୋଗ ଦେଇଥୀଲେ । ତାଲିମପ୍ରାପ୍ତ ପୋଲିସ ଅଧୀକାରୀମାନେ କିପରି ସଠିକ ଲକ୍ଷ୍ୟଭେଦ କରିପାରିବେ ସେଥିପାଇଁ ଦିଆଯାଇଥିଲା ସ୍ୱତନ୍ତ୍ର ତାଲିମ । ତେବେ ଉଦଯାପନୀ ଉତ୍ସବରେ ରାଜ୍ୟ ପୋଲିସ ମହାନିର୍ଦ୍ଦେସକ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟ ଅତିଥୀ ରୁପେ ଯୋଗଦେଇଥିଲେ । ଏହି ପ୍ରତିଯୋଗିତାରେ ସଫଳ ହୋଇଥିବା ଦଳ ଏବଂ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ଶ୍ରୀ ରାଜେନ୍ଦ୍ର ପ୍ରସାଦ ।

ବତ୍ତର୍ମାନ ସମୟରେ ରାଜ୍ୟରେ ମାଓବାଦୀମାନକ ଉପଦ୍ରବକୁ ଦମନ କରିବା ଲାଗି ରାଜ୍ୟ ପୋଲିସ ପକ୍ଷରୁ ଚାଲିଥିବା ଉଦ୍ୟମ ଭିତରେ ବନ୍ଧୁକ ଚାଳନାକୁ ଗୁରୁତ୍ୱ ଦିଆଯାଉଛି । ଆଧୁନିକ ଷ୍ଟେନଗନ, ମେସିନଗନ ତଥା ଅଟୋମିଟିକ ରିଭଲଭର ଚାଳନା ଉପରେ ଅଧୀକ ଗୁରୁତ୍ୱ ଦିଆଯାଇଛି । ଚଳିତ ବର୍ଷ ଡିସେମ୍ବର ମାସରେ ଅନୁଷ୍ଠିତ ହେବ ସର୍ବଭାରତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତା । ଏଥିରେ ରାଜ୍ୟ ପୋଲିସ ଶ୍ରେଷ୍ଠ ପ୍ରଦର୍ଶନ ଲାଗି ଶ୍ରୀ ଶର୍ମା ଆହ୍ନାନ ଦେଇଛନ୍ତି ।