ଗୋଟିଏ ମାତ୍ର ଭୁଲ ପାଇଁ ତଳିତଳାନ୍ତ ହୋଇଗଲେ ‘ଗ୍ୟାଙ୍ଗଷ୍ଟର’ର ମୁଖ୍ୟ ଅଭିନେତା ! ଏବେ କାମ ପାଇଁ ବୁଲୁଛନ୍ତି ଦ୍ୱାର ଦ୍ୱାର
ପ୍ରଥମ ସିନେମାରୁ ହିଁ ବେଷ୍ଟ ଡେବ୍ୟୁ ଆୱାର୍ଡ ମିଳିଥିବା ଅଭିନେତା ସାଇନୀ ଆହୁଜା ଏବେ କାମ ପାଇଁ ଦ୍ୱାର ଦ୍ୱାର ବୁଲୁଛନ୍ତି । ମାତ୍ର ଗୋଟିଏ ଭୁଲ ପାଇଁ ନିଜର ଷ୍ଟାରଡମ୍ ହରାଇ ବସିଛନ୍ତି ସେ । ଆଜି ଏହି ନାୟକଙ୍କୁ ନା ମିଳୁଛି କାମ ନା ହିଁ ବଲିଉଡ ଜଗତ ତାକୁ ପଚାରୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସାଇନୀ ଆହୁଜା ନିଜର ପ୍ରଥମ ସିନେମାରୁ ଲୋକଙ୍କୁ ଜଣାଇ ଦେଇଥିଲେ କି ସେ ବହୁତ ଦିନ ପର୍ଯ୍ୟନ୍ତ ସିନେ ଜଗତରେ ତିଷ୍ଠି ରହିବେ ଏବଂ ଗୋଟିଏ ପରେ ଗୋଟିଏ ହିଟ ସିନେମା ଦେବା ପରେ ନିର୍ମାତା-ନିର୍ଦ୍ଦେଶକ ମଧ୍ୟ ସାଇନୀଙ୍କୁ ବାକି ତାରକାଙ୍କ ପାଇଁ ଟକ୍କର ବୋଲି ଭାବିବାରେ ଲାଗିଲେ ।
କିନ୍ତୁ ତାଙ୍କର ଗୋଟିଏ ମାତ୍ର ଭୁଲ ତାଙ୍କର ଜୀବନର ଗତିପଥ ବଦଳାଇ ଦେଇଥିଲା । ୨୦୦୯ରେ ଘରର ଚାକରାଣୀ ତାଙ୍କ ଉପରେ ଦୁଷ୍କର୍ମର ଆରୋପ ଲଗାଇଥିଲେ ଓ ଅନେକ ଚାଞ୍ଚଲ୍ୟକର ଖୁଲାସା ମଧ୍ୟ କରିଥିଲେ । ଏହି ମାମଲା ଏତେ ବଢିଗଲା ଯେ ତାଙ୍କ ପେଶାଦାର ଜୀବନ ପୁରା ଡୁବିଗଲା । ଦୁଷ୍କର୍ମ କେସରେ ସାଇନୀ ଆହୁଜାଙ୍କୁ ୭ ବର୍ଷର ଜେଲ ଦଣ୍ଡ ଶୁଣାଯାଇଥିଲା ।
ମାତ୍ର ସେ ଏହି ମାମଲାରେ ୨୦୧୧ରେ ଜେଲରୁ ମୁକୁଳି ଯାଇଥଇଲେ । କିନ୍ତୁ ଏହି କେସ ତାଙ୍କ କ୍ୟାରିୟରକୁ ପୁରାପୁରି ନଷ୍ଟ କରିଦେଲା । ବିଗତ ଦିନର ଏହି ଲୋକପ୍ରିୟ ନାୟକଙ୍କ ପାଖରେ ଆଜିକା ଦିନରେ ଗୋଟିଏ ବି ସିନେମାର ଅଫର ନାହିଁ । କହିବାକୁ ଗଲେ ସେ ଏବେ ପୁରା ଦେବାଳିଆ ଅବସ୍ଥାରେ ଗତି କରୁଛନ୍ତି ।