ବିବାହ କରିବେ କି ବିକାଶ ଗୁପ୍ତା ଓ ଶିଳ୍ପା ସିନ୍ଧେ ? ଜାଣନ୍ତୁ ପୁରା ଘଟଣା . . .

31

ଲୋକପ୍ରିୟ ସୋ’ ‘ବିଗବସ-୧୧’ର ବିଜୟନୀ ଶିଳ୍ପା ସିନ୍ଧେ ଓ ତୃତୀୟ ସ୍ଥାନରେ ରହିଥିବା ବିକାସ ଗୁପ୍ତା ପୁଣିଥରେ ଚର୍ଚ୍ଚାରେ । ଏହି ସୋ’ରେ ଦୁହିଁଙ୍କ କେମିଷ୍ଟ୍ରିକୁ ନେଇ ଦର୍ଶକମାନେ ଅନେକ କଥା କହିଥିଲେ । ତା’ ସହ ଏହା ବି କହୁଥିଲା ଯେ ଦୁହିଁଙ୍କ ଭିତରେ ପ୍ରେମ ସଂପର୍କ ଗଢି ଉଠିଛି । ଦୁହେଁ ଖୁବ ଶିଘ୍ର ବିବାହ କରିବେ । ବାସ୍ତବରେ ଏହା ସତ ନା ମିଛ ତା’ର ସତ୍ୟତା ବିଷୟରେ କିଛି ଜଣାପଡିନଥିଲା । ଏବେ କିନ୍ତୁ ଏକ ସାକ୍ଷାତକାରରେ ଶିଳ୍ପା ଓ ବିକାଶ ଏହି ରହସ୍ୟ ଉପରୁ ପରଦା ଉଠାଇଛନ୍ତି ।

ନିକଟରେ ଦୁହେଁ ଏକ ସାକ୍ଷାତକାରେ ଏହି ଖବରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ? ଉଭୟେ ଏହି ଖବର ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି । ଶିଳ୍ପା ସିନ୍ଧେ ଏହି ଖବରକୁ ଖଣ୍ଡନ କରି କହିଛନ୍ତି ଯେ, ସେ ବର୍ତ୍ତମାନ ବିବାହ କରିବାକୁ ଚାହୁଁନାହନ୍ତି । ଏହା ଛଡା ବିକାଶଙ୍କ ସହ ବିବାହ କରିବା କଥା ପ୍ରଶ୍ନ ଉଠୁଛି କେଉଁଠି ? ଏ ବର୍ଷର ଏହି ଖବର ବଡ଼ ମଜାକ । କେତେକ ମୂର୍ଖ ବ୍ୟକ୍ତ ଏପରି ଖରବ ପ୍ରଚାରିତ କରିପାରେ ପଛାଉନାହାନ୍ତି । ଏପରି ଲୋକଙ୍କ ପାଖରେ ଆଉ କିଛି କାମ ନଥାଏ ବୋଲି କହିଥିଲେ ଶିଳ୍ପା । ଏହା ବ୍ୟତୀତ ସେମାନେ ପୂର୍ବରୁ ହିଁ ରିଲେସନସିପରେ ଅଛନ୍ତି ବୋଲି ମଧ୍ୟ ଖବର ପ୍ରଚାରିତ ହେଉଥିଲା । କିନ୍ତୁ ଏହା ସଂପୂର୍ଣ୍ଣ ମିଛ । ମୁଁ ଏଭଳି ଲୋକମାନଙ୍କୁ ଠାରୁ ଦୂରରେ ରହିବାକୁ ଚାହୁଁଛି ଓ ଦୟାକରି ମୋତେ ଶାନ୍ତିରେ ବଂଚିବାକୁ ଦିଅନ୍ତୁ ବୋଲି ମନ୍ତବ୍ୟ ରଖିଥିଲେ ଶିଳ୍ପା ।

 

ବିକାଶ ବି ପ୍ରତିକ୍ରିୟା ରଖି କହିଥିଲେ ଯେ, ବର୍ତ୍ତମାନ ବିବାହ କରିବା ମୋର ବି କିଛି ଇଚ୍ଛା ନାହିଁ । ଆମ ଦୁହିଁଙ୍କ ଭିତରେ ସେଭଳି କିଛି ସଂପର୍କ ନାହିଁ । କେବଳ ଭଲ ବନ୍ଧୁ ବୋଲି କହିଥିଲେ ବିକାଶ । ଏପରି ଖରବ ପୁରା ବେକାର । ଉଲ୍ଲେଖଯୋଗ୍ୟ, ‘ବିଗବଗ-୧୧’ ରେ ଦୁହିଁଙ୍କ ମଧ୍ୟରେ ଖୁବ୍ ଝଗଡା ଦେଖିବାକୁ ମିଳିଥିଲା । କିନ୍ତୁ ସୋ’ର ଶେଷ ପର୍ଯ୍ୟାୟରେ ଦୁହିଁଙ୍କ ଭିତରେ ବନ୍ଧୁତ୍ୱ ସୃଷ୍ଟି ହୋଇଥିଲା । ଏହା ପରେ ସୋ’ର ସଦସ୍ୟମାନେ ଦୁହିଁଙ୍କ ସଂପର୍କକୁ ନେଇ ମଜାକ କରିବାରେ ଲାଗିଥିଲେ । ଦୁହେଁ ଖୁବ ଶିଘ୍ର ବିବାହ କରିବେ ଭଳି ଖବର ମଧ୍ୟ ପ୍ରଚାରିତ କରିବାରେ ପଛାଇନଥିଲେ । ଯେଉଁଥିପାଇଁ ଦର୍ଶକମାନେ ମଧ୍ୟ ଚିନ୍ତାକରୁଥିଲେ, ସୋ’ ସରିଲା ପରେ ଶିଳ୍ପା ଓ ବିକାଶ ବିବାହ କରିପାରନ୍ତି । ତେବେ ଏହି ଖବରକୁ ମିଛି ପ୍ରମାଣିତ କରିଛନ୍ତି ଉଭୟ ବିକାଶ ଗୁପ୍ତା ଓ ଶିଳ୍ପା ସିନ୍ଧେ ।