କନକ ବ୍ୟୁରୋ : ଲୋକସଭା ନିର୍ବାଚନ ୨୦୧୯ରେ ଉତ୍ତରପ୍ରଦେଶର ଆଉ ଏକ ଆସନରେ ରୋମାଂଚକର ମୁକାବିଲା ହେବାକୁ ଯାଉଛି । ନିକଟରେ କଂଗ୍ରେସରେ ସାମିଲ ହୋଇଥିବା ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ଲକ୍ଷ୍ନୌ ଆସନରୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରାଜନାଥ ସିଂହଙ୍କ ବିରୋଧରେ ନିର୍ବାଚନ ଲଢ଼ି ପାରନ୍ତି ।
ବିଶ୍ୱସ୍ତ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ପୁନମ ସିହ୍ନା ସମାଜବାଦୀ ପାର୍ଟିର ଟିକେଟରେ ନିର୍ବାଚନ ଲଢ଼ିବେ । ଅନ୍ୟପକ୍ଷରେ ଏହି ଆସନରେ କଂଗ୍ରେସ ନିଜର ଦଳୀୟ ଟିକେଟ କାହାରିକୁ ଦେଇ ନାହିଁ । ରାଜନାଥଙ୍କ ବିରୋଧରେ ପୁନମ ସିହ୍ନାଙ୍କୁ ଯୁଗ୍ମ ପ୍ରାର୍ଥୀ ଭାବେ ଛିଡା କରିବାକୁ ନିଷ୍ପତ୍ତି ନେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/77.jpg)