ସପାରେ ସାମିଲ ହେଲେ ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ୍ ! ଲକ୍ଷ୍ନୌରୁ ନିର୍ବାଚନ ଲଢ଼ିବା ସମ୍ଭାବନା

183

କନକ ବ୍ୟୁରୋ : ସପାରେ ଯୋଗଦେଲେ ଶ୍ରତୁଘନ ସିହ୍ନାଙ୍କ ପତ୍ନୀ । ନିକଟରେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ୍ ସିହ୍ନା ଆଜି ସମାଜବାଦି ପାର୍ଟିରେ ସାମିଲ ହେଲେ । ପୁନମ୍ ସିହ୍ନା ଆଜି ସମାଜବାଦି ପାର୍ଟିର ନେତା ଡିମ୍ପଲ ଯାଦବଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଥିଲା । ଆଉ ଏହି ସାକ୍ଷାତ ସମୟରେ ଡିମ୍ପଲ ଯାଦବ ପୁନମଙ୍କୁ ସମାଜବାଦି ପାଟିର ସଦସ୍ୟତା ପ୍ରଦାନ କରିଛନ୍ତି । ପୁନମ ସମାଜବାଦି ପାର୍ଟିରେ ସାମିଲ ହେବା ପରେ ଅନେକ ଚର୍ଚ୍ଚା ହେଉଛି ।

ପୁନମ ଲକ୍ଷ୍ନୌ ଲୋକସଭା ସିଟରୁ ଲୋକସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ଶୁଣିବା ପାଇଁ ମଳୁଛି । ଏପରି ହେଲେ ଲୋକସଭା ନିର୍ବାଚନ ୨୦୧୯ରେ ଲକ୍ଷ୍ନୌରେ ରୋମାଂଚକର ମୁକାବିଲା ହେବ । ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ଲକ୍ଷ୍ନୌ ଆସନରୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରାଜନାଥ ସିଂହଙ୍କ ବିରୋଧରେ ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି । ରାଜନାଥଙ୍କ ବିରୋଧରେ ପୁନମ ସିହ୍ନାଙ୍କୁ ମେଂଟ ପ୍ରାର୍ଥୀ ହୋଇପାରନ୍ତି । ଏପରି ହେଲେ ରାଜନାଥ ଓ ପୁନମଙ୍କ ମଧ୍ୟରେ କଡା ଟକ୍କର ହୋଇପାରେ ।