ରାଜଦ୍ରୋହ ମାମଲାରେ ସରଜିଲ ଇମାମ ଗିରଫ : ସାହିନବାଗରେ ଭାରତ ବିରୋଧୀ ଭାଷଣ ଦେଇଥିଲେ ଜେଏନୟୁ ଛାତ୍ର

372

କନକ ବ୍ୟୁରୋ : ରାଜଦ୍ରୋହ ମାମଲାରେ ଜେଏନୟୁ ଛାତ୍ର ସରଜିଲ ଇମାନ୍ ଗିରଫ୍ । ଦିଲ୍ଲୀରେ ଚାଲିଥିବା ସାହିନବାଗ ଆନ୍ଦୋଳନରେ ଭାରତ ବିରୋଧୀ ଭାଷଣ ଦେଇଥିବା ସର୍ଜିଲ ଇମାମ ବିହାରର ଜାହାନାବାଦରୁ ଗିରଫ ହୋଇଛି । ବିହାରର ଜହାନାବାଦରୁ ସରଜିଲ ଇମାନକୁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଂଚ ଓ ବିହାର ପୋଲିସ ଆଜି ମଧ୍ୟାହ୍ନରେ ଗିରଫ କରିଛି । ସୋମବାର ରାତି ସରଜିଲର ଭାଇ ଓ  ଜଣେ ବନ୍ଧୁଙ୍କୁ ଗିରଫ କରିଥିଲା ପୋଲିସ୍ । ସରଜିଲକୁ ଦିଲ୍ଲୀ, ବିହାର, ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର ଓ ଉତ୍ତର ପ୍ରଦେଶ ପୋଲିସ ଖୋୁଥିଏଲା ।  ସରଜିଲ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହୋଇଛି ।

ଗତ ୪ ଦିନ ହେଲା ସରଜିଲକୁ ପୋଲିସ୍ ଖୋଜୁଥିଲା । ଗତ ସପ୍ତାହରେ ଜେଏନୟୁ ଛାତ୍ର ସରଜିଲ ଇମାମ ସାହିନବାଗରେ ଭାରତ ବିରୋଧୀ ଭାଷଣ ଦେଇଥିଲା । ଭାଷଣ ଦେଇ କହିଥିଲା, ଆସାମକୁ ଭାରତକୁ ଅଲଗା କରିଦିଆଯାଇ । ଭାରତକୁ ଏକ ଶିକ୍ଷା ଦେବା ଆବଶ୍ୟକ । ସେ କହିଥିଲା ଯେ ତାପାଖରେ ଯଦି ୩-୪ ଲକ୍ଷ ଲୋକ ରୁହନ୍ତି ସେ ଆସାମକୁ ଭାରତଠାରୁ ଅଲଗା କରିଦେବ । ଜେଏନୟୁରେ ପିଏଚଡ଼ି କରୁଥିବା ସରଜିଲ୍ ଇମାମ ବିବାଦୀୟ ଭିଡ଼ିଓ ସୋସିଆଲ ମିଡିଆରେ ବୁଲିବା ପରେ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଛି । ଆଉ ସେହି ଭିଡ଼ିଓକୁ ନେଇ ସରଜିଲ୍ ଉପରେ ୬ ରାଜ୍ୟର ପୋଲିସ କେସ୍ ଦାଏର୍ କରିଥିଲା ।

ସରଜିଲର ଆଉ ଏକ ଉତ୍ତେଜକ ଭିଡ଼ିଓ ଆସିଛି । ଏହି ଭିଡିଓଟି ସେ ଗତ ଡିସେମ୍ବର ୧୩ରେ ଆଲିଗଡ ମୁସଲିମ ବିଶ୍ୱ ବିଦ୍ୟାଳୟରେ ଦେଇଥିବା ଅନୁମାନ କରାଯାଉଛି । ଏଥିରେ ସେ କହୁଛି, ମୁସଲିମମାନେ ରାସ୍ତାକୁ ଓହ୍ଲାଇ ରାସ୍ତାବନ୍ଦ କରିବା ସହ ଦେଶକୁ ଅଚଳ କରିଦେବା ଆବଶ୍ୟକ । ଏହି ଭିଡିଓକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି ପୁଲିସ ।