କନକ ବ୍ୟୁରୋ : ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କୁ ଅସଦାଚାରଣ ଅଭିଯୋଗ । ଏଭଳି ସଂଗୀନ ଆଉ ସାଙ୍ଘାତିକ ଅଭିଯୋଗ ଆସିଛି ମୟୂରଭଂଜ ଜିଲ୍ଲା ବାରିପଦା ବଡ ବ୍ରାହ୍ମଣମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ ଭୁଜବଳଙ୍କ ବିରୋଧରେ । ଶିକ୍ଷକ ଜଣଙ୍କ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେବା ପରେ ସ୍କୁଲ ପରିସରରେ ହଙ୍ଗାମା କରିଛନ୍ତି ଅଭିବାବକ ।
ଅଭିଯୁକ୍ତ ଶିକ୍ଷକଙ୍କ ଗାଡି ଭଙ୍ଗା ରୁଜା କରିବା ସହ ଶିକ୍ଷକଙ୍କୁ ସ୍କୁଲ ଭିତରେ ତାଲା ପକାଇ ଦେଇଥିଲେ ସ୍ଥାନୀୟ ଗ୍ରାମବାସୀ । ଘଟଣା ବାବଦରେ ସଦର ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲା । ପରେ ଏସଡିପିଓ ଏବଂ ଅତିରିକ୍ତ ଏସପି ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ତଦନ୍ତ ଆରମ୍ଭ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/PHOTO-01003107.png)