୯ ଦିନର ଲୁଚକାଳି ଖେଳ ପରେ ଗିରଫ ହେଲା ମହମ୍ମଦ ଶାହାରୁଖ : ଦିଲ୍ଲୀ ହିଂସା ସମୟରେ ପୁଲିସକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲା ଅଭିଯୁକ୍ତ

885

କନକ ବ୍ୟୁରୋ : ଦିଲ୍ଲୀ ହିଂସା ସମୟରେ ପୁଲିସ ଉପରକୁ ଗୁଳି ଚଳାଇଥିବା ଶାହାରୁଖଙ୍କୁ ଶେଷରେ ଗିରଫ କରାଯାଇଛି । ୯ଦିନର ଲୁଚକାଳି ଖେଳ ପରେ ଅଭିଯୁକ୍ତକୁ ଧରିଛି ପୋଲିସ୍ । ଦିଲ୍ଲୀର କ୍ରାଇମବ୍ରାଞ୍ଚ ଟିମ୍ ଉତ୍ତରପ୍ରଶେର ସାମଲିରୁ ମହମ୍ମଦ ଶାହାରୁଖକୁ ଗିରଫ କରିଛି । ଶାହାରୁଖକୁ ବର୍ତ୍ତମାନ ପଚରାଉଚରା କରାଯାଉଛି । ତାଙ୍କୁ ସହାୟତା କରିଥିବା ଅନ୍ୟକୁ ଖୋଜୁଛି ତଦନ୍ତକାରୀ ଟିମ୍ । ଅଭିଯୁକ୍ତକୁ ଧରିବା ପରେ ଆଜି ଅପରାହ୍ନ ୩.୩୦ରେ ପେୟସ କନଫରେନ୍ସ କରିବ ଦିଲ୍ଲୀ ପୋଲିସ୍ ।

ଫେବୃଆରୀ ୨୪ରେ ଦିଲ୍ଲୀ ହିଂସା ସମୟରେ ଜାଫରାବାଦ ଅଂଚଳରେ ପୁଲିସ ଉପରକୁ ଶାହାରୁଖ ୮ ରାଉଣ୍ଡ ଗୁଳି ଚଳାଇଥିଲା । ହିଂସା ସମୟରେ ଦିଲ୍ଲୀ ପୋଲିସର ହେଡ କନଷ୍ଟେବଳ ଦୀପକ ଦହିଆଙ୍କୁ ଟାର୍ଗେଟ କରିଥିଲା ଶାହାରୁଖ । ଜୀବନକୁ ବିପଦରେ ପକାଇ ଦୀପକ ଶାହାରୁଖକୁ ରୋକିଥିଲେ । ହେଲେ ପଥର ଫୋପାଡ଼ୁଥିବା କିଛି ବ୍ୟକ୍ତି ପଥର ତାକୁ ଘଟଣା ସ୍ଥଳରୁ ଗାୟବ କରିନେଇଥିଲେ । ହିଂସାକାଣ୍ଡ ପର ଠାରୁ ଶାହାରୁଖକୁ ଖୋଜୁଥିଲା ପୁଲିସ୍ । ଏହି ଘଟଣା ପରେ ପରିବାର ସହ ଶାହାରୁଖ ଫେରାର ହୋଇଯାଇଥିଲେ ।

ଶାହାରୁଖର ଘର ଦିଲ୍ଲୀର ଉସମାନପୁର ବୋଲି ଜଣାଯାଇଛି । ଶାହାରୁଖ ଅସରଫିଆ ମସଜିଦରେ ବିରୟାନୀ ବିକ୍ରି କରେ । ଗୁଳିକାଣ୍ଡ ପରେ ସେ ନିଜ ପରିବାର ସହ ଫେରାର ହୋଇଯାଇଥିଲା । କ୍ରାଇମବ୍ରାଂଚ କୌଣସି ସୁତ୍ରରୁ ଖବର ପାଇ ୟୁପିରୁ ଶାହାରୁଖଙ୍କୁ ଗିରଫ କରିଛି ।