ବହୁପ୍ରତିକ୍ଷୀତ ସିନେମା ‘ବାହୁବଲୀ ୨’ର ରିଲିଜକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ସୂତ୍ର ଅନୁସାରେ ଜଣାପଡିଛି ଶାହାରୁଖ ଖାନ ଏହି ସିନେମାନେ ଅତିଥି ଭୂମିକାରେ ନଜର ଆସିବେ । ଏନେଇ ‘ବାହୁବଲୀ ୨’ ସିନେମାରେ ଟିମ କୌଣସି ସ୍ପଷ୍ଟ ମତ ରଖିନାହାନ୍ତି । କିନ୍ତୁ ବଲିଉଡରେ ଚର୍ଚ୍ଚା ଚାଲିଛି କିଙ୍ଗ୍ ଖାନ ଝଲକ ଦେଖାଇବେ ଏହି ସିନମାରେ । ତେଲଗୁ, ତାମିଲ ଓ ହିନ୍ଦୀ ଭାଷାରେ ଏକାସହ ରିଲିଜ ହେଉଛି ଏହି ସିନେମା ।
୧୪ ଏପ୍ରିଲରେ ରିଲିଜ ହେବାକୁ ଥିବା ଏହି ସିନେମା ଭାରତର ସବୁଠାରୁ ଅଧିକ ଖର୍ଚ୍ଚ ହୋଇଥିବା ସିନେମା ବୋଲି ଜଣାପଡିଛି, ଯାହାର ବଜେଟ ରହିଛି ୪୦୦ କୋଟି । ‘ବାହୁବଲୀ ୨’ ସିନେମାରେ ମୁଖ୍ୟ ଭୂମିକାରେ ପ୍ରଭାସ, ରାଣା ଦାଗୁବଟ୍ଟି ,ଅନୁଷ୍କା ଶେଟ୍ଟୀ,ତମନ୍ନା ଭାଟିଆ, ସତ୍ୟରାଜ ଓ ରମୈୟା କୃଷ୍ଣନ୍ ଆଦି ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/x-2.jpg)