ଦୂର ହେବ ସିଏଏ ସମ୍ପର୍କିତ ସମସ୍ତ ଆଶଙ୍କା  : ସାହିନବାଗରେ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କିରବାକୁ ପ୍ରସ୍ତୁତ ସରକାର, ସଙ୍କେତ ଦେଲେ କେନ୍ଦ୍ରୀୟ ଆଇନ୍ ମନ୍ତ୍ରୀ

155

କନକ ବ୍ୟୁରୋ : ସାହିନବାଗ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିବେ ମୋଦି ସରକାର । ନାଗରିକ ସଂଶୋଧନ ଆଇନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ସହ କଥାହେବା ପାଇଁ ସରକାର ପ୍ରସ୍ତୁତ । କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଟ୍ୱିଟ କରି ଏନେଇ ସଙ୍କେତ ଦେଇଛନ୍ତି । ଏକ ବ୍ୟବସ୍ଥିତ ଉପାୟରେ ସରକାର ଲୋକଙ୍କ ସହ ଆଲୋଚନା କରିବା ପାଇଁ ପ୍ରସ୍ତୁତ ।

ଏକ କାର୍ଯ୍ୟକ୍ରମରେ ରବିଶଙ୍କର ପ୍ରସାଦ କରିଛନ୍ତି, ବିକ୍ଷୋଭ ପ୍ରଦର୍ଶନ କରିବା ଠିକ୍ କଥା । ଗଣତନ୍ତ୍ରରେ ଏହା ସମିଚୀନ । କିନ୍ତୁ ସରକାରଙ୍କ କୌଣସି ପ୍ରତିନିଧିଙ୍କ ସହ ବିକ୍ଷୋଭ ପ୍ରଦର୍ଶନକାରୀ ଆଲୋଚନା କରିବାକୁ ନାରାଜ ।  ସିଏଏ ନହଟାଇବା ପର୍ଯ୍ୟନ୍ତ ଆଲୋଚନା ପାଇଁ ସେମାନ ପ୍ରସ୍ତୁତ ନୁହଁନ୍ତି । ଏଥିପାଇଁ ସରକାର ହାତ ବାନ୍ଧିକି ବସିଛନ୍ତି । ଆଉ ଏଥିପାଇଁ ଆଲୋଚନା କରିବା ପାଇଁ ସରକାର ଚାହୁଁଥିଲେ ମଧ୍ୟ ସମସ୍ୟାର ସମାଧନ ହୋଇପାରୁନାହିଁ ।

ଦିଲ୍ଲୀର ସାହିନବାଗରେ ବିଗତ ୫୦ ଦିନ ଧରି ନାଗରିକ ସଂଂଶୋଧନ ଆଇନ୍ ବିରୋଧରେ ପ୍ରଦର୍ଶନ ଚାଲୁଛି । ଦିଲ୍ଲୀ ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ବିକ୍ଷୋଭ ଏବେ ବଡ଼ ମୁଦ୍ଦା ଭାବେ ଉଭା ହୋଇଛି । ହଜାର ହଜାର ସଂଖ୍ୟାରେ ମୁସଲମାନ ମହିଳା  ସିଏଏ, ଏନଆରସି ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି । ବିକ୍ଷୋଭ ପ୍ରଦର୍ଶନ ପାଇଁ ଦିଲ୍ଲୀ-ନୋଏଡ଼ା ରାସ୍ତାରେ ଟ୍ରାଫିକ୍ ଜାମ ହେଉଛି ଏବଂ ଏଥିପାଇଁ ବିଜେପି ପକ୍ଷରୁ ଟାର୍ଗେଟ କରାଯାଉଛି ।