ଦିଲ୍ଲୀ ସାହିନବାଗରେ ଲାଗୁ ହେଲା ୧୪୪ ଧାରା : ବଢ଼ାଗଲା ସୁରକ୍ଷା ବ୍ୟବସ୍ଥା, ସିଏଏ ବିରୋଧରେ ଡିସେମ୍ବର ୧୫ରୁ ଚାଲିଛି ବିକ୍ଷୋଭ ପ୍ରଦର୍ଶନ

141

କନକ ବ୍ୟୁରୋ : ନାଗରିକତା ଆଇନ ବିରୋଧରେ ଦିଲ୍ଲୀ ସାହିନବାଗରେ ଜାରି ବିରୋଧ ପ୍ରଦର୍ଶନ ଭିତରେ ଆଜି ସେହି ଅଞ୍ଚଳରେ ଲାଗୁ ହୋଇଛି ଧାରା ୧୪୪ । ଦିଲ୍ଲୀ ପୁଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇ ଏହି ସ୍ଥାନରେ ଏକାଠି ହେବା ଓ ପ୍ରଦର୍ଶନ କରିବାକୁ ବାରଣ କରାଯାଇଛି । ଏହି ନିର୍ଦ୍ଦେଶ ଉଲଂଘନ କଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସାହିନବାଗରେ ଅଢ଼େଇ ମାସ ହେଲା ଧାରଣାରେ ବସିବା ସହ ନାଗରିକତା ଆଇନକୁ ହଟାଇବାକୁ ଦାବି କରିଆସୁଛନ୍ତି ।

ପ୍ରଦର୍ଶନସ୍ଥଳୀର ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଅଧିକ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି । ପ୍ରଦର୍ଶନସ୍ଥଳ ନିକଟରେ ଧିରେ ଧିରେ ବହୁ ସଂଖ୍ୟାରେ ପୁଲିସ କର୍ମୀ ନିୟୋଜିତ କରାଯାଇଛି । ସଂଯୁକ୍ତ କମିଶନର ସାହିନବାଗରେ ଉପସ୍ଥିତ ରହି ନିଜେ ପରିସ୍ଥିତି ଉପରେ ନଜର ରଖିଛନ୍ତି ।