ଢେଙ୍କାନାଳ ସେବାଶ୍ରମର ସାଂଘାତିକ ସତ୍ୟ : ରୋଷେୟା ସାମ୍ନାକୁ ଆଣିଲେ, ଡାର୍ଟି ଡାଡିଙ୍କ ଫରେନ ଲିଙ୍କ୍

465

କନକ ବ୍ୟୁରୋ : ଢେଙ୍କାନାଳର ସେଲଟର ହୋମରେ ଶାରୀରିକ ଶୋଷଣ ଅଭିଯୋଗରେ ଆସିଲା ଚାଂଚଲ୍ୟକର ତଥ୍ୟ । ଅନ୍ତେବାସୀ କହିଲେ, ଫୟାଜ ରେହମାନଙ୍କ ସହ ସେଲଟର ହୋମକୁ ଆସୁଥିଲେ ବିଦେଶୀ । ଝିଅଙ୍କୁ ବିଦେଶୀ ଜୋରଜବରଦସ୍ତ ଚୁମ୍ବନ କରୁଥିବା ସହ ସମ୍ବେଦନଶୀଳ ଅଙ୍ଗକୁ ଛୁଉଁଥିବା ଅଭିଯୋଗ ରହିଛି । ଗତକାଲି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷ ସେଲଟର ହୋମରେ ପହଂଚିଥିବା ବେଳେ ଏନେଇ ତଦନ୍ତକାରୀ ଟିମ୍ ନିକଟରେ ଅଭିଯୋଗ କରିଛନ୍ତି ଅନ୍ତେବାସୀ । ଏମିତିକି ସେଲଟର ହୋମର ରୋଷେୟା ମଧ୍ୟ ଏମିତି କିଛି ଘଟଣା ଦେଖିଥିବା ଅଭିଯୋଗ କରିଛି । ସେ ନିଜ ଆଖି ଆଗରେ ଏକଥା ଦେଖିଛନ୍ତି । ତେବେ ବଡ଼ ବାବୁଙ୍କ ନାଲିଆଖି ଦେଖି ସେ କିଛି କହିବା ପାଇଁ ଡରୁଥିଲେ । ସେପଟେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ ।

dhenkanal shelter home

ସେଲଟର ହୋମର ଶାଖା ପରିଚାଳକ ସୀମାଂଚଳ ନାୟକଙ୍କୁ ଗିରଫ କରିଛି ଢେଙ୍କାନାଳ ପୋଲିସ । ହୋଇଥିବା ଅଭିଯୋଗର ତଦନ୍ତ କରୁଛି ୫ ଜଣିଆ ଟିମ । ଶିଶୁ ସୁରକ୍ଷା ଅଧିକାରୀ ଓ ଶିଶୁ ମଙ୍ଗଳ କମିଟି ସଦସ୍ୟ ଏହି ଟିମରେ ଅଛନ୍ତି । ଢେଙ୍କାନାଳ ବେଲଟିଗିରିି ଠାରେ ଥିବା ଗୁଡ ନ୍ୟୁଜ ଇଣ୍ଡିଆ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ନାବାଳିକାଙ୍କୁ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ହୋଇଛି । ଗୁଡ ନ୍ୟୁଜ ଇଣ୍ଡିଆ ସଂସ୍ଥାର ମୁଖ୍ୟ ଫୟାଜ ରେହେମାନ ଝିଅଙ୍କୁ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ସହ ତାଙ୍କୁ ଚୁମ୍ବନ ଦେଉଥିବାର ଅଭିଯୋଗ ହୋଇଥିଲା ।