ସ୍ପା ସେଂଟରରୁ ଥାଇଲାଣ୍ଡ ଯୁବତୀ ଧରାପଡିବା ଘଟଣା : ଖୁବ ଶୀଘ୍ର ଦେଶ ଛାଡିବାକୁ ଥାଇଲାଣ୍ଡ ଯୁବତୀଙ୍କୁ ନିର୍ଦ୍ଦେଶ

68

କନକ ବ୍ୟୁରୋ : ଭୁୁବନେଶ୍ୱର ସ୍ପା ସେଂଟରରୁ ଧରାପଡିଥିବା ୮ ଜଣ ଥାଇଲାଣ୍ଡ ଯୁବତୀଙ୍କୁ ଶୀଘ୍ର ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ସନ୍ଧ୍ୟାସୁଦ୍ଧା ଦେଶ ଛାଡିବାକୁ ଭୁବନେଶ୍ୱର ଡିସିପି ନୋଟିସ ଦେଇଛନ୍ତି । ଚଳିତମାସ ୧୯ ତାରିଖରେ ଭୁବନେଶ୍ୱରରୁ ହାଇପ୍ରୋଫାଇଲ ସେକ୍ସ ରାକେଟ ଠାବ ହୋଇଥିଲା । ଏହି ରାକେଟରେ ୮ ଜଣ ଥାଇଲାଣ୍ଡ ବାପୁଜୀନଗର ସ୍ଥିତ ଏଚଟୁଓ ସ୍ପା ସେଂଟରରେ ସେକ୍ସ ରାକେଟ ଚାଲୁଥିବା ଅଭିଯୋଗରେ ରେଡ୍ କରିଥିଲ କମିଶନରେଟ ପୁଲିସ ।

ସ୍ପା ସେଂଟରରୁ ୮ଜଣ ଥାଇଲାଣ୍ଡ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ୭ ଜଣ ଗ୍ରାହକ ସହ ସ୍ପା ମ୍ୟାନେଜରକୁ ଗିରଫ କରିଥିଲା କ୍ୟାପିଟାଲ ଥାନା ପୁଲିସ । ତେବେ ଦୀର୍ଘଦିନ ଧରି ଭୁବନେଶ୍ୱରର ଏହି ସ୍ପା ସେଂଟରରେ ବେଧଡକ ସେକ୍ସ ରାକେଟ ଚାଲୁଥିବା ଅଭିଯୋଗ ହୋଇଥିଲା । କମିଶନରେଟ ପୁଲିସର କିଛି କର୍ମଚାରୀ ସାଦା ପୋଷାକରେ ସ୍ପା ସେଂଟରକୁ ଏଂଟ୍ରି କରିଥିଲେ । ସ୍ପା ଭିତରେ ଚାଲିଥିବା କାର୍ଯ୍ୟକଳାପ ଉପରେ ନଜର ରଖିବା ପରେ, ଖବର ପଦାକୁ ଆସିଥିଲା । ଏବଂ ତାପରେ ରେଡ୍ ମାରିଥିଲା ପୁଲିସ । ଥାଇ ଯୁବତୀଙ୍କ ପାସପୋର୍ଟ ଜବତ କରାଯାଇ ସେମାନଙ୍କୁ ସୁଧାର ଗୃହକୁ ପଠାଯାଇଥିଲା ।