ସେୟାର ମାର୍କେଟରେ କରୋନା ମାଡ : ସେନସେକ୍ସରେ ଆଜି ପୁଣି ରେକର୍ଡ ହ୍ରାସ, ନଫିଟି ବି ୮ ହଜାର ପଏଣ୍ଟ୍ ତଳକୁ ଖସିଲା

361

କନକ ବ୍ୟୁରୋ : କରୋନା ଭାଇରସ କାରଣରୁ ସେୟାର ବଜାରରେ ହ୍ରାସ ଜାରି ରହିଛି । ଆଜି ଗୁରୁବାର କାରବାର ଆରମ୍ଭରେ ସେନସେକ୍ସ ୧୬ ଶହ ପଂଏଟ ହ୍ରାସ ପାଇଥିବାବେଳେ ନିଫଟି ୩ ଶହ ପଂଏଟ କମିଛି । କିଛି ସମୟ ପରେ ଏହି ସେନସେକ୍ସ ୨ ହଜାର ପଂଏଟ କମିଯାଇଥିଲା । ଆଉ ନିଫଟି ବି ୫୭୫ ପଂଏଟ କମି ୮ ହଜାର ତଳକୁ ବି ଚାଲିଯାଇଥିଲା । କାରବାରର ପ୍ରଥମ ୧୫ ମିନିଟରେ ବିଏସଇ ଇଣ୍ଡେକ୍ସସରେ ସବୁ ସେୟାର ରେଡ୍ ଜୋନରେ ଥିଲେ । ଚଳିତ ସପ୍ତାହରେ ସେନସେକ୍ସ ୫ ହଜାପ ପଂଏଟରୁ ଅଧିକ ଖସିଲାଣି । ନିଫଟି ବି ୧୫ ଶହ ପଂଏଟ ହ୍ରାସ ହେଲାଣି ।

ସେପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳରେ ବଡ ଧରଣର ହ୍ରାସ ଘଟିଛି । ପ୍ରାୟ ୨୩ ପ୍ରତିଶତ କମିଛି ତୈଳଦର । ୧୭ ବର୍ଷରେ ଏହା ସବୁଠାରୁ କମ ବୋଲି କୁହାଯାଉଛି । କରୋନା ଭୟ ଓ ଋଷିଆ-ସାଉଦି ଆରବ ମଧ୍ୟରେ ତୈଳ ବିକ୍ରି ପାଇଁ ପ୍ରତିଯୋଗିତା ମଧ୍ୟରେ ତୈଳ ଦରରେ ଏଭଳି ବଡ ଧରଣର ହ୍ରାସ ପାଇଛି । ଗତ କିଛି ଦିନ ମଧ୍ୟରେ ତୈଳ ଦରରେ ଏଭଳି ହ୍ରାସ ଦେଖିବାକୁ ମିଳିଛି ।

Comments are closed.