କନକ ବ୍ୟୁରୋ : କରୋନା ଭାଇରସ କାରଣରୁ ସେୟାର ବଜାରରେ ହ୍ରାସ ଜାରି ରହିଛି । ଆଜି ଗୁରୁବାର କାରବାର ଆରମ୍ଭରେ ସେନସେକ୍ସ ୧୬ ଶହ ପଂଏଟ ହ୍ରାସ ପାଇଥିବାବେଳେ ନିଫଟି ୩ ଶହ ପଂଏଟ କମିଛି । କିଛି ସମୟ ପରେ ଏହି ସେନସେକ୍ସ ୨ ହଜାର ପଂଏଟ କମିଯାଇଥିଲା । ଆଉ ନିଫଟି ବି ୫୭୫ ପଂଏଟ କମି ୮ ହଜାର ତଳକୁ ବି ଚାଲିଯାଇଥିଲା । କାରବାରର ପ୍ରଥମ ୧୫ ମିନିଟରେ ବିଏସଇ ଇଣ୍ଡେକ୍ସସରେ ସବୁ ସେୟାର ରେଡ୍ ଜୋନରେ ଥିଲେ । ଚଳିତ ସପ୍ତାହରେ ସେନସେକ୍ସ ୫ ହଜାପ ପଂଏଟରୁ ଅଧିକ ଖସିଲାଣି । ନିଫଟି ବି ୧୫ ଶହ ପଂଏଟ ହ୍ରାସ ହେଲାଣି ।
ସେପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳରେ ବଡ ଧରଣର ହ୍ରାସ ଘଟିଛି । ପ୍ରାୟ ୨୩ ପ୍ରତିଶତ କମିଛି ତୈଳଦର । ୧୭ ବର୍ଷରେ ଏହା ସବୁଠାରୁ କମ ବୋଲି କୁହାଯାଉଛି । କରୋନା ଭୟ ଓ ଋଷିଆ-ସାଉଦି ଆରବ ମଧ୍ୟରେ ତୈଳ ବିକ୍ରି ପାଇଁ ପ୍ରତିଯୋଗିତା ମଧ୍ୟରେ ତୈଳ ଦରରେ ଏଭଳି ବଡ ଧରଣର ହ୍ରାସ ପାଇଛି । ଗତ କିଛି ଦିନ ମଧ୍ୟରେ ତୈଳ ଦରରେ ଏଭଳି ହ୍ରାସ ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/SEN.jpg)