ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା ! ବିଜେପିରେ ସାମିଲ ହେଲେ ବରିଷ୍ଠ ନେତା ଟମ୍ ବଡ଼କ୍କନ୍

242

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ଠିକ୍ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ଦଳର ବରିଷ୍ଠ ନେତା ତଥା କେରଳର ପାର୍ଟିର ପ୍ରବକ୍ତା ଟବ ବଡ଼କ୍କନ ବିଜେପିରେ ସାମିଲ ହୋଇଛନ୍ତି । ମୋ ପାଖରେ କୌଣସି ବିକଳ୍ପ ନଥିଲା ବୋଲି ସେ ପ୍ରକାଶ କରିଛନ୍ତି । । ପୁଲୱାମା ଆକ୍ରମଣ ଘଟଣାକୁ ନେଇ କଂଗ୍ରେସ ରାଜନୀତି କରିଥିଲା । ଆକ୍ରମଣକୁ କଂଗ୍ରେସର ଅଭିଯୋଗରେ ସେ ମର୍ମାହତ ହୋଇପଡ଼ିଥିଲେ । ଏବଂ ଦଳ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ । ଦେଶପ୍ରେମ ସହ କୌଣସିମତେ ବୁଝାମଣା କରାଯିବା ଉଚିତ ନୁହେଁ । ମୋଦିଙ୍କ ପ୍ରଶଂସା କରିବା ସହ ସେ କହିଛନ୍ତି କଂଗ୍ରେସରେ ୟୁଜ ଆଣ୍ଡ ଥ୍ରୋ କଲଚର ରହିଛି । କଂଗ୍ରେସର ଏହି ନୀତି ମୋର ପସନ୍ଦ ନୁହେଁ । କଂଗ୍ରେସକୁ ୨୦ ବର୍ଷ ଦେଇଛି । କିନ୍ତୁ ଦଳରେ ବଂଶବାଦକୁ ହିଁ ଅଗ୍ରାଧିକାର ଦିଆଯାଉଛି ।

ସୂଚନାଯୋଗ୍ୟ ଟମ ବଡ଼କ୍କନଙ୍କୁ ସୋନିଆ ଗାନ୍ଧୀଙ୍କ ପାଖ ଲୋକ କୁହାଯାଏ । ଆଜି ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରାସଙ୍କ ଉପସ୍ଥିତିରେ ବିଜେପିରେ ସାମିଲି ହୋଇଛନ୍ତି ଟମ ବଡ଼କ୍କନ । କଂଗ୍ରେସର ବଂଶବାଦ ରାଜନୀତି ପାଇଁ ଦଳ ଛାଡ଼ଥିବା କଥା ସେ ସ୍ପଷ୍ଟ କରିଛନ୍ତି । ଏହାପୂର୍ବରୁ ମହରାଷ୍ଟ୍ର କଂଗ୍ରେସକୁ ବଡ଼ ଝଟକା ଲାଗିଥିଲ । କଂଗ୍ରେସ ନେତା ସୁଜୟ ବିଖେ ପାଟିଲ ବିଜେପିରେ ସାମଲି ହୋଇଥିଲେ ।