ନିର୍ବାଚନ ପୂର୍ବରୁ ମାଓ ଅଞ୍ଚଳରେ ସୁରକ୍ଷା ଚିନ୍ତା ! ସ୍ଥାନାନ୍ତର ହେଲା ଅତି ସମ୍ବେଦନଶୀଳ ବୁଥ୍‌

61

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ବୁଥ ଗୁଡ଼ିକର ସୁରକ୍ଷା ମାଲକାନଗିରି ଜିଲ୍ଲା ପ୍ରଶାସନକୁ ଚିନ୍ତାରେ ପକାଇଛନ୍ତି । ମାଓ ଅଧ୍ୟୁଷିତ ପ୍ରାୟ ୩୮ଟି ବୁଥ ଅତି ଦୁର୍ଗମ ଅଞ୍ଚଳରେ ରହିଥିବାରୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବା କଷ୍ଟକର । ଏଭଳି ସ୍ଥିତିରେ ପ୍ରଶାସନ ବୁଥ୍ ଗୁଡ଼ିକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି । ନିକଟସ୍ଥ ବୁଥ୍ ଗୁଡ଼ିକରେ ଏହି ବୁଥ ଗୁଡ଼ିକୁ ସଂଯୋଗ କରାଯାଇ ସୁରକ୍ଷା ଯୋଗାଇ ଦେବାକୁ ପ୍ରଶାସନ ସ୍ଥିର କରିଛି । ସେହିପରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବହୁ ବୁଥ ନିକଟସ୍ଥ ବିଏସଏଫ କ୍ୟାମ୍ପରେ କରାଯିବ ବୋଲି ସୂଚନା ମିଳିଛି ।

ମାଲକାନଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୫ଟି ବୁଥ୍‌କୁ ପ୍ରଶାସନ ପୂର୍ବରୁ ହିଁ ଅତିସମ୍ବେଦନଶୀଳ ଭାବେ ଚିହ୍ନଟ କରିଥିଲା । ସେହିପରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ୩୩ଟି ବୁଥକୁ ଅତିସମ୍ଭେଦନଶୀଳ ଭାବେ ପ୍ରଶାସନ ଚିହ୍ନଟ କରିଛି । ତେଣୁ ଏହି ବୁଥ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ସହ ମତଦାନ କରିବାରେ ସମସ୍ୟା ହେବ ବୋଲି ଆଶଙ୍କା କରାଯାଉଛି । ଏଥିନିମନ୍ତେ ମାଲକାନଗିରି ନିର୍ବାଚନ ମଣ୍ଡଳୀର ଟାଗୁରକୋଟା (ବୁଥ ନମ୍ବର ୨୪୩)କୁ ବଦଳାଇ ୨୨୫ ଟିନରାଜପାଲ୍ଲୀ ବୁଥ୍ ସହ ଯୋଡ଼ି ଦିଆଯାଇଛି  । ସେହିପରି ୨୯୨କୁରମାନୁର ବୁଥକୁ ପାପଲୁର ୨୯୦ ୟୁପି ସ୍କୁଲ ବୁଥକୁ ସ୍ଥାନାନ୍ତର କରାଯାଇଛି । ଏହାବ୍ୟତୀତ ୨୯୩ନମ୍ବର ଆଲୁରକୋଟା ବୁଥକୁ ୨୯୧ ୟୁପି ସ୍କୁଲ ପାପଲୁର, ୨୧୧ ତଣ୍ଡାବାଇକୁ ବୁଥକୁ ସ୍ଥାନାନ୍ତରିତ କରାଯାଇ ୨୧୧ ଏମଭି-୯୯ ପିୟୁପି ସ୍କୁଲ ଏବଂ ୨୯୪ ବଡିଗେଟା ବୁଥକୁ ସ୍ଥାନାନ୍ତରିତ କରାଯାଇଛି ।

ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଅନୁରୂପ ବୁଥ ଗୁଡ଼ିକୁ ବଦଳା ଯାଇଛି। ୧ ନମ୍ବର ପୁଲିଂ ବୁଥକୁ ସ୍ଥାନାନ୍ତରିତ କରାଯାଇ ୩ ନମ୍ବର ମହୁପଦର ସରକାରୀ ଏସଏସଡି ହାଇସ୍କୁଲକୁ ନିଆଯାଇଛି । ୨ ନମ୍ବର ବୁଥ ମୁଣ୍ଡାଗୁଡାକୁ ୪ ନମ୍ବର ବୁଥ ସରକାରୀ ଏସଏସଡି ହାଇସ୍କୁଲ ମହୁପଦର, ୭ ନମ୍ବର ଧାକଡରାସି ବୁଥକୁ ୫ ନମ୍ବର ୟୁଜି ହାଇସ୍କୁଲ ଟେମରୁପାଲୀ, ୮ ନମ୍ବର ବୁଥ ଚାମୁଣ୍ଡାରାଶୀକୁ ୬ ନମ୍ବର ବୁଥ ଟେମରୁପାଲ୍ଲୀ ହାଇସ୍କୁଲ, ୧୭ ନମ୍ବର କଙ୍ଗରାବେଡା ବୁଥକୁ ୨୭ ନମ୍ବର ବିରେନପାଲ୍ଲୀ ପିୟୁପି ସ୍କୁଲକୁ ସ୍ଥାନାନ୍ତରିତ କରାଯାଇଛି ।

୧୧ ନମ୍ବର ବୁଥ ଲୁଲେରକୁ ୧୨ ବୁଥ ସାନଗୁମ୍ମାକୁ ନିଆଯାଇଛି, ୩୪ ନମ୍ବର ବୁଥ କୁଲାବେଡାକୁ ନେତାଲଗୁଣ୍ଡି ପ୍ରାଥମିକ ବିଦ୍ୟାଳୟକୁ, ୭୧ ନମ୍ବର ବୁଥକୁ ବଦଳାଇ ୬୯ ମାଡକାପଦର ନିଆଯାଇଛି, ୭୩ ନମ୍ବର ବୁଥ ସାନଡୁରାଲକୁ ୭୨ ନମ୍ବର ବଡଡୁରାଲ ବୁଥକୁ, ୭୪ ଅଙ୍ଗେଲକୁ ୭୨ ବଡଡୁରାଲ, ୭୫ ଅଣ୍ଡ୍ରାହାଲ ବୁଥକୁ ୭୯ ମୁଦୁଲିପଡା ହାଇସ୍କୁଲକୁ, ୭୭ ପାତ୍ରପୁଟ ବୁଥକୁ ୭୨ ମୁଦୁଲିପଡା ହାଇସ୍କୁଲକୁ, ୧୮୩ ବାୟାପଡା ବୁଥକୁ ୧୮୨ ଅରିଙ୍ଗି ବୁଥକୁ ସ୍ଥାନାନ୍ତରିତ କରାୟାଇଛି ।

୧୮୪ ବାକୁଲି ବୁଥକୁ ୧୮୨ ଅରିଙ୍ଗିକୁ, ୧୮୫ ଗାର୍ଡେନପଦର ବୁଥକୁ ପିପଳପଦର ପ୍ରାଥମିକ ବିଦ୍ୟାଳୟ, ୨୨୪ ଯଡାମ୍ବ-୧ ବୁଥକୁ ବଦଳାଇ କୁନ୍ତରୁପଦର ବିଏସଏଫ କ୍ୟାମ୍ପ, ୨୨୫ ଯୋଡାମ୍ବ-୨ ବୁଥକୁ କୁନ୍ତୁରପଦର ବିଏସଏଫ କ୍ୟାମ୍ପ, ୨୨୭ ଅଣ୍ଡ୍ରାପାଲୀ ବୁଥକୁ କୁନ୍ତରୁପଦର ବିଏସଏଫ କ୍ୟାମ୍ପ, ୨୨୮ ଯନ୍ତ୍ରୀ ବୁଥକୁ କୁନ୍ତରପଦର ବିଏସଏଫ କ୍ୟାମ୍ପ, ୨୨୯ ସନ୍ନ୍ୟାସୀଗୁଡା ବୁଥକୁ କୁନ୍ତରପଦର ବିଏସଏଫ କ୍ୟାମ୍ପ, ୨୩୦ ହାଣ୍ଡିଖାଲ ବୁଥକୁ ବଦଳାଇ କୁନ୍ତରପଦର ବିଏସଏଫ କ୍ୟାମ୍ପ, ୨୩୧ ପଣସପୁଟ ବୁଥକୁ ବଦଳାଇ କୁନ୍ତରପଦର ବିଏସଏଫ କ୍ୟାମ୍ପ, ୨୩୨ ସିଙ୍ଗଇ ବୁଥକୁ କୁନ୍ତରପଦର ବିଏସଏଫ କ୍ୟାମ୍ପ, ୨୩୩ ଗୁରାସେତୁ ବୁଥକୁ ବଦଳାଇ କନ୍ତରପଦର ବିଏସଏଫ କ୍ୟାମ୍ପ, ୨୩୫ ତେନ୍ତୁଳିଗୁଡା ବୁଥକୁ ବଦଳାଇ ୨୩୭ ଯନ୍ତାପାଇକୁ, ୨୩୯ ଡଲିଆମ୍ବ ବୁଥକୁ ସ୍ଥାନାନ୍ତରିତ କରାଯାଇ ୨୩୮ ପିୟୁପି ସ୍କୁଲ ଯନ୍ତାପାଇକୁ, ୨୨୩ ଗାଜଲମାମୁଡି ବୁଥକୁ ସ୍ଥନାନ୍ତରିତ କରାଯାଇ ବଡପଦର ବିଏସଏଫ କ୍ୟାମ୍ପକୁ, ୨୨୬ ତଣ୍ଡାପାଲ୍ଲୀ ବୁଥକୁ ୨୨୧ ବଡପଦର ପ୍ରାଥମିକ ବିଦ୍ୟାଳୟକୁ, ୨୪୨ ଧୁଳିପୁଟ ବୁଥକୁ ୨୨୧ ବଡପଦର ପ୍ରାଥମିକ ସ୍କୁଲ, ୨୪୩ ସୁଆପାଲ୍ଲୀ ବୁଥକୁ ୨୨୨ ବଡପଦର ପ୍ରାଥମିକ ସ୍କୁଲକୁ, ୨୪୦ ସାର୍କୁବନ୍ଧକୁ ବୁଥକୁ ବଦଳାଇ ଜାନବାଇ ବିଏସଏଫ କ୍ୟାମ୍ପ ଏବଂ ୨୪୧ ନୂଆଟେକପଦର ବୁଥକୁ ସ୍ଥାନାନ୍ତରିତ କରାଯାଇ ଜାନବାଇ ବିଏସଏଫ କ୍ୟାମ୍ପକୁ ଅଣାଯାଇଥିବା ଜଣାପଡିଛି ।

ଗୋଟିଏ ବୁଥରେ ଦୁଇ କିମ୍ବା ୩ଟି ବୁଥ୍ ପାଇଁ ଭୋଟ ଗ୍ରହଣ କରାଯିବ । ଏହାଦ୍ବାରା ୨ରୁ ୩ଟି ବୁଥ୍ ପାଇଁ ନିୟୋଜିତ ହେବାକୁ ଥିବା ସୁରକ୍ଷା କର୍ମୀ ଗୋଟିଏ ବୁଥରେ ମୁତୟନ ହେବେ । ଆବଶ୍ୟକ ପଡ଼ିଲେ ଏହି ବୁଥ ଗୁଡ଼ିକରେ ଅଧିକ ଅର୍ଧସାମରିକ ବଳ ମୁତୟନ କରାଯିବା । ନିକଟସ୍ଥ ବିଏସଏଫ କ୍ୟାମ୍ପ ଗୁଡ଼ିକୁ ଜରୁରୀ ସମୟରେ ସହାୟତା ନିମନ୍ତେ ସଜାଗ ରହିବାକୁ କୁହାଯିବ । ଏହାବ୍ୟତୀତ ସୁରକ୍ଷା ପାଇଁ ଅନ୍ୟ କେତେକ ପଦକ୍ଷେପ ନିଆଯିବ ଯାହାର ଖୁଲାସା ଏପର୍ଯ୍ୟନ୍ତ କରାଯାଇ ନାହିଁ । ମାଓବାଦୀଙ୍କ ବାରମ୍ବାର ମତଦାନକୁ ବର୍ଜନ ଆହ୍ବାନ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ବୁଥ୍ ଗୁଡ଼ିକ ପରିବର୍ତନ ପରେ କେତେ ପ୍ରତିଶତ ମତଦାନ ହେଉଛି ଏବଂ ଲୋକେ ଏନେଇ କେତେ ଅବଗତ ରହିଛନ୍ତି ତାହା ଆସନ୍ତା ୧୧ତାରିଖ ଦିନ ହିଁ ଜଣାପଡ଼ିବ ।