ଆଡ଼ମିନ୍ ଅନୁମତି ବିନା ହ୍ୱାଟସଆପ୍ ଗ୍ରୁପରେ ହୋଇପାରିବେ ସାମିଲ ! ଜାଣନ୍ତୁ କିପରି ଏହା ସମ୍ଭବ ?

35

ଆଡ଼ମିନର ବିନା ଅନୁମତିରେ ହ୍ୱାଟସଆପ ଗ୍ରୁପରେ ହୋଇପାରିବେ ସାମିଲ୍ । ଜର୍ମାନର କ୍ରେଫ୍ଟୋଗ୍ରାଫରର ଏକ ଟିମ୍ ସ୍ୱିଜରଲାଣ୍ଡରେ ଅନୁଷ୍ଠିତ ହୋଇଥିବା ସିକ୍ୟରିଟି କନଫରେନ୍ସରେ ଏହାର ସୂଚନା ଦେଇଛନ୍ତି । ଟିମ ଅନୁସାରେ ହ୍ୱାଟସଆପର ସର୍ଭରକୁ ନିୟନ୍ତ୍ରଣ କରୁଥିିବା କୌଣସି ବି ସଦସ୍ୟ ଆଡ଼ମିନର ଅନୁମତି ବିନା ହ୍ୱାଟସଆପ୍ ଗ୍ରୁପରେ ଯୋଡ଼ିହୋଇପାରିବେ । ଆଉ ଏହାପରେ ସେ ଗ୍ରୁପର ସମସ୍ତ ମେସେଜ ମଧ୍ୟ ଦେଖିପାରିବେ । ହ୍ୱାଟସଆପରେ ମହଜୁଦ ଥିବା ବଗ୍ ଯୋଗୁଁ ଏପରି ସମ୍ଭବ ହୋଇପାରୁଛି ବୋଲି ସୂଚନା ମିଳିଛି । ରିପୋର୍ଟରେ କୁହାଯାଇଛି ଗ୍ରୁପର ଆଡ଼ମିନରେ ପାଖରେ ଅଧିକାର ଥାଏ ସେ ଗ୍ରୁପର କୌଣସି ବି ନୂଆ ସଦ୍ୟଙ୍କୁ ଗ୍ରୁପ୍ ସହ ଯୋଡ଼ିପାରିବ । କିନ୍ତୁ ସଦ୍ୟ ସୂଚନା ଅନୁସାରେ ଏଥିପାଇଁ ହ୍ୱାଟସଆପ୍ କୌଣସି ପ୍ରମାଣର ବ୍ୟବହାର କରେନାହିଁ ଯାହାଦ୍ୱାରା ସର୍ଭର ନିୟନ୍ତ୍ରଣ କରି ଗ୍ରୁପ ସହ ଯୋଡ଼ି ହୋଇପାରିବେ କୌଣସି ବି ବ୍ୟକ୍ତି ।

ଅଧ୍ୟୟନକର୍ତ୍ତାଙ୍କ ଅନୁସାରେ ଦାବି କରାଯାଇଛି, ଯଦି ହ୍ୟାକର୍ସ କୌଣସି ବି ପ୍ରକାରେ ସର୍ଭର ନିୟନ୍ତ୍ରଣ କରିପାରିବ, ତେବେ ସେ ଗ୍ରୁପର ମେସଜକୁ ବ୍ଲକ୍ ମଧ୍ୟ କରିପାରିବ । ଏହାସହ ହ୍ୟାକର୍ସ ଗ୍ରୁପରେ କିଏ ମେସଜ କରିବ କିଏ କରିବ ନାହିଁ ସେକଥା ବି ନିଷ୍ପତ୍ତି ନେଇପାରିବ । ଅନ୍ୟପଟେ ହ୍ୱାଟସଆପର ଜଣେ ପ୍ରବକ୍ତା କହିଛନ୍ତି ଏହା ବିଲକୁଲ ସମ୍ଭବ ନୁହେଁ । କେହି ଚାହିଁଲେ ମଧ୍ୟ କୌଣସି ଗ୍ରୁପରେ ଯୋଡ଼ିହେବା କଥା ବିଲକୁଲ ଅସମ୍ଭବ । ତେବେ କୌଣସି ବଗ୍ କାରଣରୁ ଯଦି ଗ୍ରୁପରେ ଏପରି ହୋଇପାରେ । କମ୍ପାନୀର ଏହାର ଯାଂଚ ଆରମ୍ଭ କରିଦେଇଛି ।