କରୋନା ପାଇଁ ଜଗତସିଂହପୁର ଜିଲ୍ଲାରେ ୧୪୪ ଧାରା ଜାରି : ଶାରଳା ମନ୍ଦିର, ଗୋରେଖନାଥଙ୍କ ସହ ବିଭିନ୍ନ ମନ୍ଦିରରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା

917

କନକ ବ୍ୟୁରୋ : କରୋନା ପାଇଁ ଜଗତସିଂହପୁର ଜିଲ୍ଲାରେ ୧୪୪ ଧାରା ଜାରି । ଶାରଳା ମନ୍ଦିର,ଗୋରେଖ ନାଥ ସହ ବିଭିନ୍ନ ମନ୍ଦିରମାନଙ୍କରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଏହା ସହ ବିଭିନ୍ନ ମେଳା, ମନ୍ଦିର, ମସଜିଦ, ପର୍ଯ୍ୟଟନ ସ୍ଥଳ, ମଲ ଓ ହୋଟେଲକୁ ମଧ୍ୟ ବନ୍ଦ କରାଯାଇଛି । ସରକାରୀ କାର୍ଯ୍ୟକୁ ଇ ଅଫିସ ଜରିଆରେ କରିବାକୁ ଜିଲ୍ଲାପାଳ କହିଛନ୍ତି । ଜଗତସିଂହପୁରରେ ବାହାରୁ ଆସିଥିବା ୨୭ ଜଣଙ୍କ ଊପରେ ନଜର ରଖାଯାଇଛି । କରୋନା ନେଇ ଗୁଜବ କଲେ ଗିରଫ କରିବାକୁ ଏସପି କହିଛନ୍ତି ।

ସେପଟେ କରୋନା ପାଇଁ ପୁରୀ ଖାଁ ଖାଁ ହୋଇଯାଇଛି । ଶ୍ରୀମନ୍ଦିରକୁ ଅଳ୍ପ ସଂଖ୍ୟକ ଭକ୍ତ ପ୍ରବେଶ କରୁଛନ୍ତି । ଉପଯୁକ୍ତ ଯାଂଚ କରାଯାଇ ଭକ୍ତଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି । କିନ୍ତୁ ଏ ଯାଏଁ ଘୋଷଣାପତ୍ର ଲାଗୁ ହୋଇନାହିଁ । ପ୍ରଶାସନର କଟକଣା ଯୋଗୁଁ ପର୍ଯ୍ୟଟକଙ୍କ ଗହଳି କମିଯାଇଛି । ବେଳାଭୂମି ଅଂଚଳରେ ୧୪୪ ଧାରା ଜାରି କରାଯାଇଛିା ପୋଲିସ ପାଟ୍ରୋଲିଂକୁ ବି ବଢାଇଦିଆଯାଇଛି । ଫଳରେ ରାଜ୍ୟରେ ହୋଟେଲ ଓ ପର୍ଯ୍ୟର୍ଟନ ଶିଳ୍ପ ପ୍ରଭାବିତ ହୋଇଛି ।