କରୋନା ସତର୍କତା : ଗଞ୍ଜାମରେ ୧୪୪ ଧାରା, ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

Advertisment
ଦେଶରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୫ଶହ ଟପିଲାଣି ଆକ୍ରାନ୍ତଙ୍କ ସଂଖ।।, ସେପଟେ ୬୨ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା

କନକ ବ୍ୟୁରୋ : କରୋନାକୁ କିଭଳି ମୁକାବିଲା କରାଯାଇପାରିବ ସେ ନେଇ ତତ୍ପର ହୋଇଉଠିଛନ୍ତି ରାଜ୍ୟର ସମସ୍ତ ଜିଲ୍ଲାପ୍ରଶାସନ । କରୋନାର କୌଣସି ଔଷଧ ବାହାରି ନଥିବାରୁ ସ୍ୱାସ୍ଥ୍ୟମନ୍ତ୍ରାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ କିଭଳି ଆୟତରେ ରଖାଯାଇପାରିବ ସେଥିପାଇଁ ବିଶେଷ ପଦକ୍ଷେପ ନେଇଛନ୍ତି । ବିଶେଷକରି ଭିଡକୁ ଏଡାଇବାକୁ ଗୁରୁତ୍ୱ ଦେଇଛନ୍ତି ସ୍ଥାନୀୟ ପ୍ରଶାସନ ।

ରାୟଗଡାରେ ଜିଲ୍ଲା ପ୍ରଶାସନ ୧୪୪ ଧାରା ଲାଗୁ କରିଥିବା ବେଳେ ଗଂଜାମ ଜିଲ୍ଲାରେ ମଧ୍ୟ ୧୪୪ ଧାରା ଲାଗୁ କରିଛନ୍ତି ଜିଲ୍ଲାପାଳ । ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । କରୋନା ମୁକାବିଲା ପାଇଁ ସତର୍କତା ପାଇଁ ଏହି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ସେପଟେ ରାଉରକେଲାର ତିନୋଟି ପ୍ରମୁଖ ପାର୍କରେ ପ୍ରବେଶ କରିବା ନେଇ ଲାଗୁ ହୋଇଛି କଟକଣା ।

ଲୋକଙ୍କ ଭିଡ ଏଡାଇବା ପାଇଁ ଏହି ପଦକ୍ଷେପ ନେଇଛି ରାଉରକେଲା ଷ୍ଟିଲ ପ୍ଲାଂଟ କର୍ତ୍ତୃପକ୍ଷ । ଆସନ୍ତାକାଲିଠାରୁ ଇନ୍ଦିରା ଗାନ୍ଧି ପାର୍କ, ନେହରୁ ପାର୍କ ଓ ଜୁବୁଲି ପାର୍କରେ ପ୍ରବେଶକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ନିଷେଧ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe