ସ୍ୱାସ୍ଥ୍ୟ ପାଇଁ ଗୋମୂତ୍ର ! ଜାଣନ୍ତୁ ଏହାର ଔଷଧୀୟ ଗୁଣ . . କେଉଁ ରୋଗରୁ ଦିଏ ମୁକ୍ତି

149

ହିନ୍ଦୁ ପରମ୍ପରାରେ ଗାଈକୁ ମା’ର ଆକ୍ଷା ଦିଆଯାଇଛି । ତେଣୁ ଗାଈଙ୍କୁ ନା କେବଳ ପୂଜା କରାଯାଏ ବରଂ କ୍ଷୀରକୁ ଅମୃତ ବୋଲି କୁହାଯାଏ । ତେବେ ଗୋମୂତ୍ରକୁ ମଧ୍ୟ ଅନେକ ପିଅନ୍ତି । କାରଣ ଅନେକ ରୋଗରୁ ରକ୍ଷା କରିଥାଏ ଗୋମୂତ୍ର । ଶାସ୍ତ୍ରରେ ମଧ୍ୟ ଏହାର ଉପକାରିତା ବର୍ଣ୍ଣନା କରାଯାଇଛି । ଆର୍ୟୁବେଦରେ ନାକେବଳ ଗୋମୂତ୍ରର ମହତ୍ୱ ରହିଛି ଆଧୁନିକ ଔଷଧରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ତେବେ ଜାଣନ୍ତୁ ଗୋମୂତ୍ର ପିଇଲେ କଣ ଲାଭ ମିଳେ ।

• ଗୋମୂତ୍ରରେ ପୋଟାସିୟମ୍ , କ୍ୟାଲସିୟମ୍, କ୍ଲୋରାଇଡ୍, ୟୁରିଆ ଏବଂ ଆମୋନିଆ ରହିଥାଏ । ତେଣୁ ଏହାକୁ ପିଇଲେ ତ୍ୱଚା ଜାତୀୟ ସମସ୍ୟା ଦୂର ହୋଇଥାଏ ।

• କ୍ୟାନ୍ସର, ଟିବି , ହିଷ୍ଟ୍ରିଆ ଏବଂ ଅନ୍ୟାନ୍ୟ ମାରାତ୍ମକ ରୋଗରୁ ରକ୍ଷା ମିଳିଥାଏ ।

• ନିୟମିତ ଗୋମୂତ୍ର ପିଇଲେ ଗ୍ୟାଷ୍ଟ୍ରିକ୍ ଏବଂ ଏସିଡିଟି ଭଳି ରୋଗ ଭଲ ହୋଇଥାଏ ।

• ଡାକ୍ତର ମାନେ ମେଦ ବହୁଳତାର ଚିକିତ୍ସା ପାଇଁ ମଧ୍ୟ ଗୋମୂତ୍ର ବ୍ୟବହାର କରିଥାନ୍ତି ।

• ଗର୍ଭବତୀ ଗାଈର ମୂତ୍ରରେ ପ୍ରଚୁର ପରିମାଣର ମିନେରାଲ୍ ଏବଂ ହରମୋନ୍ ଥାଏ ।

• ପ୍ରଥମେ ଦିନକୁ ଦୁଇଥର ତିନିରୁ ଚାରି ଡ୍ରପ୍ ଗୋମୂତ୍ର ପିଅନ୍ତୁ । ଏକ ସପ୍ତାହ ପରେ ଏହାର ପରିମାଣ ବଢାଇ ଏକ ଚାମଚ ପିଅନ୍ତୁ ।