କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ବଜେଟ ଅଧିବେସନର ଦ୍ୱିତୀୟ ପର୍ଯ୍ୟାୟ । ସଂସଦର ଉଭୟ ଗୃହରେ ଦିବଙ୍ଗତଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି । ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଂଜଳି ଦିଆଯାଇଛି ।
ଏହାପରେ ରାଜ୍ୟସଭାକୁ ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କରାଯାଇଛି । ବିମୁଦ୍ରାକରଣ ଓ ବଜେଟର ପ୍ରସ୍ତାବକୁ ନେଇ ସରକାରଙ୍କ ଘେରିବାକୁ ବିରୋଧୀ ପ୍ରସ୍ତୁତ ହୋଇଛନ୍ତି । ଅପରପକ୍ଷରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର ।
ସକରାତ୍ମକ ଭୂମିକା ନେଇ ବିକାଶ ପ୍ରସଙ୍ଗରେ ସରକାର ଆଲୋଚନା କରିବେ ବୋଲି ଆଶା କରାଯାଉଛି । ତେବେ ଏହି ଅଧିବେସନରେ ଜିଏସଟି ବିଲ୍ ପାସ୍ ହେବା ନେଇ ରାସ୍ତା ଖୋଲିବ ବୋଲି ପ୍ରଧାନମନ୍ତ୍ରି ମୋଦି ଆଶା ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/3c.jpg)