କନକ ବ୍ୟୁରୋ : କଟକଣା ଯୁକ୍ତ ହେବ ଚଳିତ ବର୍ଷର ରଥଯାତ୍ରା ! ଏନେଇ ସଙ୍କେତ ଦେଇଛନ୍ତି ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର । ତେବେ ଏଥର ଅନ୍ୟ ବର୍ଷ ଭଳି ଗହଳି ଭକ୍ତଙ୍କ ଗହଳି ହେବାର କୌଣସି ସମ୍ଭାବନା ନାହିଁ । ଶ୍ରଦ୍ଧାଳୁଙ୍କ ଗହଳିକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯିବ । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଥିବା ରାମଚନ୍ଦ୍ର କହିଛନ୍ତି, କରୋନା ସଂକ୍ରମଣକୁ ଏଡାଇବା ପାଇଁ ଏହି ସଂପର୍କିତ କଟକଣାକୁ ସେବାୟତ ମାନେ ମାନିବା ଦରକାର । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୂୁସାରେ ଚନ୍ଦନଯାତ୍ରା, ସ୍ନାନଯାତ୍ରା ଓ ରଥଯାତ୍ରା କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଗାଡ଼ଡ଼ଲାଇନ୍ ଅନୁସାରେ ସମସ୍ତ ରୀତିନୀତି ସମ୍ପନ୍ନ ହେବ ବୋଲି କହିଛନ୍ତି ।
ସେପଟେ ପରମ୍ପରା ମୁତାବକ ଚନ୍ଦନଯାତ୍ରା ସଂପନ୍ନ ହେବ। ଚନ୍ଦନ ଯାତ୍ରା ପୂର୍ବ ପରମ୍ପରା ମୁତାବକ ଅନୁଷ୍ଠିତ । ଏହି ୨୧ ଦିନର ବାହାର ଚାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସଅଳ ବାହାରି ବିଜେ କରିବେ। ସେବକମାନେ ମହାପ୍ରଭୁଙ୍କୁ ବିମାନରେ ଆଣିଲା ବେଳେ ସାବଧାନତା ଅବଲମ୍ବନ କରିବେ । ମହାପ୍ରଭୁ ନରେନ୍ଦ୍ରରେ ଚାପକୁ ବିଜେ କରିବେ। ତେବେ ଏଥର ଚାପ ଦେଖିବାକୁ ବାହାର ଭକ୍ତଙ୍କୁ ଅନୁମତି ମିଳିବ ନାହିଁ। ମହାପ୍ରଭୁ ଦିନରୁ ଦିନରୁ ଚାପ ଖେଳ ସାରି ସନ୍ଧ୍ୟାରେ ଶ୍ରୀମନ୍ଦିରକୁ ବିଜେ କରିବେ। ନୀତିର କୌଣସି ଖିଲାପ ହେବ ନାହିଁ। ସମସ୍ତ ନୀତିକାନ୍ତି ଯଥାରୀତି ଅନୁଷ୍ଠିତ ହେବ। ସବୁକିଛି କିନ୍ତୁ ସାମାଜିକ ଦୂରତ୍ୱ ରକ୍ଷା କରି କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/RATHA-1.jpg)