ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ନିକଟତର : ଭାଇରସ୍ ସଂକ୍ରମଣରେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେଣି ୩୯୨ : ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଶୀର୍ଷରେ ମହାରାଷ୍ଟ୍ର

319

କନକ ବ୍ୟୁରୋ : ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧୨ ହଜାରର ନିକଟତର ହୋଇଛି । କେନ୍ଦ୍ର ସରକାରଙ୍କ ତଥ୍ୟ ଆଧାରରେ ଦେଶରେ କରୋନା ଭୂତାଣୁ ଆକ୍ରାନ୍ତ ସଂଖ୍ୟା ୧୧ ହଜାର ୯୩୩ ରେ ପହଞ୍ଚି ଯାଇଛି । ଏହା ମଧ୍ୟରେ ୧ ହଜାର ୩୪୪ ଜଣ ସୁସ୍ଥ ହୋଇଛନ୍ତି । ସେପଟେ କରୋନାରେ ମୃତ୍ୟୁ ସଂଖ୍ୟା ୩୯୨ କୁ ବୃଦ୍ଧି ହୋଇଛି । କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଦେଶରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର ।’

କେଉଁଠି କେତେ ଆକ୍ରାନ୍ତ କେତେ ମୃତ ?

ମହାରାଷ୍ଟ୍ର ଆକ୍ରାନ୍ତ ୨୬୮୭, ମୃତ ୧୭୮
ଦିଲ୍ଲୀ ଆକ୍ରାନ୍ତ ୧୫୬୧ , ମୃତ ୩୦
ତାମିଲନାଡୁ ଆକ୍ରାନ୍ତ ୧୨୦୪ , ମୃତ ୧୨
ରାଜସ୍ଥାନ ଆକ୍ରାନ୍ତ ୧୦୦୫ , ମୃତ ୩
ମଧ୍ୟପ୍ରଦେଶ ଆକ୍ରାନ୍ତ ୯୮୭ , ମୃତ ୫୩
ଉତରପ୍ରଦେଶ ଆକ୍ରାନ୍ତ ୭୩୫ , ମୃତ ୧୧
ତେଲେଙ୍ଗାନା ଆକ୍ରାନ୍ତ ୬୪୭ , ମୃତ ୧୮
ଗୁଜୁରାଟ ଆକ୍ରାନ୍ତ ୬୯୫ , ମୃତ ୩୦
ଆନ୍ଧ୍ରପ୍ରଦେଶ ଆକ୍ରାନ୍ତ ୫୦୩, ମୃତ ୯