କନକ ବ୍ୟୁରୋ : ଉପରମୁହାଁ ସୁନାଦର । ପେଟ୍ରୋଲ ପରେ ଏବେ ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଛି । ଦିଲ୍ଲୀରେ ସୁନା ୧୦ ଗ୍ରାମ ପ୍ରତି ୫୦ ହଜାର ଟଙ୍କା ଅତିକ୍ରମ କରିଥିବାବେଳେ ଓଡିଶାରେ ବି ୨୪ କ୍ୟାରେଟ ସୁନାଦର ଛୁଇଁଛି ୫୦ ହଜାର । କରୋନା ପରିସ୍ଥିତି ସହ ବିଶ୍ୱ ବଜାରରେ ସୁନା ଚାହିଦା ବୃଦ୍ଧି ପାଉଥିବାରୁ ଏପରି ଦର ବୃଦ୍ଧି ହୋଇଛି ।
ଆଉ ସେୟାର ମାର୍କେଟ କୋଭିଡ ଯୋଗୁଁ ପ୍ରଭାବିତ ହୋଇଥିବାରୁ ନିବେଶକ ମଧ୍ୟ ସୁନାକୁ ଭରସାଯୋଗ୍ୟ ନିବେଶ ବୋଲି ମନେକରୁଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି, ଯେ ଡଲାରରେ ଅସ୍ଥିରତା ଆସିଲେ ଏଭଳି ସମସ୍ୟା ସୃଷ୍ଟି ହୁଏ । କରୋନା ଯୋଗୁ ବାହାର ଦେଶରୁ ଆମଦାନୀ ବନ୍ଦ ରହିଛି ।ତେଣୁ ଦର ବଢିଛି । ଆମଦାନୀ ଠିକ ଭାବେ ହେଲେ ଦର କମିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/28-11.jpg)