କନକ ବ୍ୟୁରୋ : ଅନୁସୂଚିତ ଜାତି ଓ ଜନଜାତି ସଂଶୋଧନ ଆଇନ ୨୦୧୮ର ସାମ୍ବିଧାନିକ ବୈଧତାକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଏସସି ଏସଟି ସଂଶୋଧନ ଆଇନ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ଜଷ୍ଟିସ ଅରୁଣ ମିଶ୍ରା, ଜଷ୍ଟିସ ବିନିତ ଶରଣ ଓ ଜଷ୍ଟିସ ରବିନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ । ଏଣିକି ଏସସି-ଏସଟି ସଂଶୋଧନ ଆଇନ ଅନୁଯାୟୀ ଅଭିଯୋଗ ପରେ ଏଫଆଇଆର ରୁଜୁ ହେବ ଏବଂ ଗିରଫଦାରୀ ମଧ୍ୟ ହେବ ।
ଗତ ୨୦୧୮ ମାର୍ଚ୍ଚ ୨୦ତାରିଖରେ ଅନୁସୂଚିତ ଜାତି ଓ ଜନଜାତି ଅଧିନିୟମ ୧୯୮୯ର ଦୂରୁପଯୋଗ ହେଉଥିବା ଅନୁଭବ କରି ତୁରନ୍ତ ଗିରଫ ଓ ଏଫଆଇର ଉପରେ ରୋକ ଲଗାଇଥିଲେ । ପ୍ରଥମେ ତଦନ୍ତ କରିବା ପରେ ମାମଲା ରୁଜୁ ଓ ଅଭିଯୋଗ ପ୍ରମାଣିତ ହେବା ପରେ ଗିରଫ କରାଯାଇପାରିବ ବୋଲି ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ ।
ଏହାପରେ ସୁପ୍ରିମକୋର୍ଟଙ୍କ ରାୟକୁ ଓଲଟାଇବା ପାଇଁ ଅଧ୍ୟାଦେଶ ଆଣି ସଂସଦରେ ପାରିତ କରିଥିଲେ କେନ୍ଦ୍ର ସରକାର । ଯାହାକୁ ସୁପ୍ରିକୋର୍ଟରେ ଚାଲେଞ୍ଜ କରାଯାଇଥିଲା । ଆଜି ସେହି ଆବେଦନର ଶୁଣାଣି କରି ଜଷ୍ଟିସ ଅରୁଣ ମିଶ୍ରାଙ୍କ ଖଣ୍ଡପୀଠ ଏସସି, ଏସଟି ସଂଶୋଧନ ଆଇନର ବୈଧତାକୁ କାଏମ ରଖିଛନ୍ତି ।