ବିନା ପେଟ୍ରୋଲରେ ଚାଲିବ ଆପଣଙ୍କ ଗାଡ଼ି ! ହେଲେ ଏହା ସମ୍ଭବ କିପରି, ଜାଣନ୍ତୁ ?

22

ଏବେ ଆପଣଙ୍କ ସ୍କୁଟର ବିନା ପେଟ୍ରୋଲରେ ରାସ୍ତାରେ ଗଡ଼ିବ । ଆପଣ ଚିନ୍ତା କରୁଥିବେ ଏହା କିପରି ସମ୍ଭବ । ସୂଚନା ଅନୁସାରେ ସ୍କୁଟରରେ ଇନ୍ଧନ ରୂପରେ ବ୍ୟାଟେରୀର ପ୍ରୟୋଗ କରାଯିବ । ହିମାଚଳପ୍ରଦେଶ କାଙ୍ଗଡ଼ା ଜିଲ୍ଲାରେ ତଲବାଡ଼ରେ ଥିବା ଅଟୋମୋବାଇଲ ଇଞ୍ଜିନିୟରିଂ ସଂସ୍ଥାନରେ ବିନା ପେଟ୍ରୋଲରେ ଚାଲୁଥିବା ବୈଦୁତିକ ସ୍କୁଟର ପ୍ରସ୍ତୁତ କରିଛନ୍ତି । ଏହି ସ୍କୁଟର ବ୍ୟବହାର କଲେ ପରିବେଶ ପ୍ରଦୂଷଣ ହେବନାହିଁ । ପରିବେଶ ପ୍ରଦୂଷଣ ଯେପରି ନହେବ ସେ ଦୃ୍ଷ୍ଟିରେ ସ୍କୁଟରକୁ ତିଆରି କରାଯାଇଛି ।

କଲେଜର ଛାତ୍ରମାନେ ପୁରୁଣା ସ୍କୁଟରକୁ ଇ-ସ୍କୁଟରର ରୂପ ଦେଇ ବ୍ୟାଟେରୀରେ ଚାଲିବା ଯୋଗ୍ୟ ପ୍ରସ୍ତୁତ କରିଛନ୍ତି । ଏହି ସ୍କୁଟରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଥରେ ବ୍ୟାଟେରୀ ଚାର୍ଜ କରିବା ପରେ ଏହା ୮୦ କିମି ପର୍ଯ୍ୟନ୍ତ ଚାଲିପାରିବ । ପ୍ରସ୍ତୁତ ହୋଇଥିବା ଏହି ସ୍କୁଟରର ବେଗ ୨୫ରୁ ୩୦ କିମି ପର୍ଯ୍ୟନ୍ତ ବେଗ ରହିବ । ହ୍ୱିକଲ ଆକ୍ଟ ଅନୁସାରେ ଏହି ଶ୍ରେଣୀରେ ଆସୁଥିବା ବାହନକୁ ପଞ୍ଜିକରଣ କରିବା ଦରକାର ନାହିଁ ।

ଏହି ସ୍କୁଟରକୁ ଏପରି ପ୍ରସ୍ତୁତ କରାଯାଇଛି ଯଦ୍ୱାରା ଏଥିରେ ଲାଗିଥିବା ବ୍ୟାଟେରୀ ଚାର୍ଜ କରିବା ପରେ ପାଖାପାଖି ୮୦ କିମି ପର୍ଯ୍ୟନ୍ତ ଚଳାଯାଇପାରିବ । ତେବେ ଅଟୋମୋବାଇଲ ଇଞ୍ଜିନିୟରିଂ ପ୍ରଶିକ୍ଷକ ସାର୍ଥକ ବ୍ୟାସ ଓ ତନୀଶ କୁମାରଙ୍କୁ ଏହି ଆଇଡ଼ିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟାଟ ଅପ୍ ଇଣ୍ଡିଆ ଯୋଜନାରୁ ମିଳିଛି । ବଡ଼ କମ୍ପାନୀ ଗୁଡ଼ିକରେ ଏପରି ଇଲେକ୍ଟ୍ରିକ୍ ସ୍କୁଟରର ମୂଲ୍ୟ ବଜାରରେ ୪୦ ହଜାରରୁ ଅଧିକ । କିନ୍ତୁ ପୁରୁଣା ସ୍କୁଟରକୁ ଇ-ସ୍କୁଟରର ରୂପ ଦେବା ପାଇଁ ଖର୍ଚ୍ଚ ହେବ ମାତ୍ର ୨୦ରୁ ୨୨ ହଜାର ଟଙ୍କା । ଛାତ୍ରମାନେ ପୁରୁଣା ସ୍କୁଟରେ ପେଟ୍ରୋଲ ଟ୍ୟାଙ୍କ ସ୍ଥାନରେ ବ୍ୟାଟେରୀ ସ୍ଥାପନ କରିଛନ୍ତି ।