କରୋନାରୁ ମିଳିବ କି ମୁକ୍ତି ? ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା, ଖୁବ ଶୀଘ୍ର ପ୍ରସ୍ତୁତ ହୋଇପାରେ ଭେକ୍ସିନ୍ 

Advertisment
କରୋନାରୁ ମିଳିବ କି ମୁକ୍ତି ? ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା, ଖୁବ ଶୀଘ୍ର ପ୍ରସ୍ତୁତ ହୋଇପାରେ ଭେକ୍ସିନ୍ 

କନକ ବ୍ୟୁରୋ : ଚୀନରେ ଦିନକୁ ଦିନ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ଏବେ ଦେଶର ୨୮ଟି ଦେଶରେ ସଂକ୍ରମିତ ହୋଇସାରିଛି । ଚୀନ ବାହାରେ ମଧ୍ୟ ଅନେକ ଲୋକ କରୋନା ଭାଇରସ୍ ସଂକ୍ରମଣରେ ପ୍ରାଣ ହରାଉଛନ୍ତି । ଆଉ ଏଥିମଧ୍ୟରେ ଆମେରିକା ବୈଜ୍ଞାନିକଙ୍କୁ କରୋନା ଭାଇରସହ ଟୀକା ଓ ଚିକିତ୍ସା ଖୋଜିବାରେ ଗୁରୁତ୍ୱପୂର୍ଣ୍ଣ ସଫଳତା ମଳିସାରିଛି । ବୈଜ୍ଞାନିକମାନେ କରୋନା ଭାଇରସର ୩ଡି ଆଟମିକ ସ୍କେଲ୍ ପ୍ରସ୍ତୁତ କରିସାରିଛିନ୍ତି ।

ଆମେରିକାର ଟେକ୍ସାସ ବିଶ୍ୱବିଦ୍ୟାଳୟ ଓ ନ୍ୟାସନାଲ ଇନଷ୍ଟିଟ୍ୟୁ ଅଫ ହେଲ୍ଥର ବୈଜ୍ଞାନିମାନେ କରୋନା ଭାଇରସ ପାଇଁ ଗବେଷଣା କରୁଥିଲେ । ଶେଷର ଔଷଧ ଖୋଜିବାରେ ସେମାନଙ୍କୁ ବଡ଼ ସଫଳତା ମଳିିଛି । ଭାଇରସ୍ ପାଇଁ ଏବେ ସୁଦ୍ଧା ଟୀକା ବାହାରି ନଥିଲେ ହେଁ ଖୁବଶୀଘ୍ର ବାହାରିବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି । ଚୀନ ଦ୍ୱାରା ଉପଲବ୍ଧ କରାଯାଇଥିବା ଭାଇରସର ଜେନେଟିକ୍ କୋଡ଼ ସାହାଯ୍ୟରେ ଏହି ସଫଳତା ମଳିିଛି । ଆଟମିବ ମ୍ୟାପ୍  ଦ୍ୱାରା ସାରା ବିଶ୍ୱର ବେଜ୍ଞାନିଙ୍କ ସହ ଏବେ ଆଲୋଚନା କରୁଛନ୍ତି ଆମେରିକାର ବୈଜ୍ଞାନିକ । ଫଳରେ କେରୋନା ଭାଇରସ୍ ପାଇଁ ଶୀଘ୍ର ଭେକ୍ସିନ ପ୍ରସ୍ତୁ କରାଯାଇପାରିବ ।

ଚୀନ କରୋନରା କୋକୁଆ ଭୟ ଜାରି ରହିଛି । କରୋନା ଭାଇରସ୍ ଯୋଗୁଁ ଚୀନରେ ମୃତ୍ୟୁସଂଖ୍ୟା ୨୦୦୦ ଟପିଛି। ବର୍ତ୍ତମାନ ସୁଦ୍ଧା ଏହି ଭୟଙ୍କର ଭୁତାଣୁର ଶିକାର ହୋଇ କେବଳ ଚୀନରେ ୧୩୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ନୂଆ ତଥ୍ୟ ସହ ଚୀନ୍ରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୧୦୦ ରେ ପହଞ୍ଚିଥିବା ବେଳେ ବିଶ୍ବବ୍ୟାପୀ ମୃତ୍ୟୁସଂଖ୍ୟା ୨,୧୧୨ରେ ପହଞ୍ଚିଛି। ଚୀନରେ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ଏବେ ସିଙ୍ଗାପୁର, ଜାପାନ, ଦକ୍ଷିଣ କୋରିଆ ଏବଂ ହଂକଂରେ ଚିନ୍ତା ବଢ଼ିଛି। ଚୀନ୍ ବାଦ୍ ଦକ୍ଷିଣ କୋରିଆରେ ସମୁଦାୟ ୪୬ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ସିଙ୍ଗାପୁରରେ ୮୧ ଏବଂ ଜାପାନ୍ରେ ୬୮ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ଜାପାନରେ ଭାଇରସ୍ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ହଂକଂରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe