ଭାବା ଆଟୋମିକ୍ ରିସର୍ଚ୍ଚ ସେଂଟର ନୂଆ ନିର୍ଦ୍ଦେଶକ ନିଯୁକ୍ତ ! ଅଜିତ କୁମାର ମହାନ୍ତିଙ୍କୁ ନିଯୁକ୍ତ କଲେ ସରକାର

335

କନକ ବ୍ୟୁରୋ : ଭାବା ଆଟୋମିକ୍ ରିସର୍ଚ୍ଚ ସେଂଟର ବା ବାର୍କର ପାଇଁ ନୂଆ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି । ବୈଜ୍ଞାନିକ ଅଜିତ କୁମାର ମହାନ୍ତିଙ୍କୁ ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି ସରକାର । ସେ ୩ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ । ଏହି ପଦବୀ ଶେଷ ଛଅ ମାସ ହେଲା ଖାଲି ପଡିଥିଲା ।

ଅଜିତଙ୍କ ନିଯୁକ୍ତିକୁ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଡ. ଅଜିତ କୁମାର ମହାନ୍ତି ଭାବା ପରମାଣୁ ଗବେଷଣା କେନ୍ଦ୍ରର ଫିଜିକ୍ସ ଗ୍ରୁପ୍ର ନିର୍ଦ୍ଦେଶକ ତଥା କଲିକତା ସ୍ଥିତ ସାହା ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର ଫିଜିକ୍ସର ନିର୍ଦ୍ଦେଶକ ରୂପେ ଅବସ୍ଥାପିତ ଅଛନ୍ତି।