ଜିଲ୍ଲାରେ କିଭଳି ରହିଛି ଶିକ୍ଷାର ଅବସ୍ଥା ! ସ୍ଥିତି ବୁଝିବାକୁ ଅଚାନକ ସ୍କୁଲ ପରିଦର୍ଶନ କଲେ ସମ୍ବଲପୁର ଜିଲ୍ଲାପାଳ

25

କନକ ବ୍ୟୁରୋ : କନ୍ଧମାଳ ଜିଲାପାଳଙ୍କ ପରେ ସେହି ସମାନ ଫଣ୍ଡା ଆପଣେଇଛନ୍ତି ସମ୍ବଲପୁର ଜିଲାପାଳ ସମର୍ଥ ବର୍ମା । ସ୍କୁଲରେ ଯାଇ ପିଲାଙ୍କ ପାଠ ପଢାଇଲେ ଜିଲ୍ଳାପାଳ ସମର୍ଥ ବର୍ମା । ସମ୍ବଲପୁରର ନକ୍ସାପାଲି ବିଦ୍ୟାଳୟକୁ ଜିଲ୍ଲାପାଳ ଅଚାନକ ପରିଦର୍ଶନ କରିଥିଲେ । ଜିଲାପାଳ ବିଦ୍ୟାଳୟ ପରିଦର୍ଶନରେ ଯାଇ ପିଲାଙ୍କୁ ପାଠ ପଢାଇବା ସହ ପିଲାମାନଙ୍କ ଉପସ୍ଥିତିକୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ । ସେହିପରି ବିଦ୍ୟାଳୟରେ ଶ୍ରେଣୀଗୃହ ଅବସ୍ତା ସହ ସ୍ୱଛତା ବାବଦରେ ବୁଝିଥିଲେ । ଅନ୍ୟପଟେ ପିଲାଙ୍କ ଉପସ୍ଥାନକୁ ନେଇ ଶିକ୍ଷୟତ୍ରୀଙ୍କୁ ତା୍ଗିଦ କରିଥିଲେ । ଯାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସୂଚନାଯୋଗ୍ୟ ଗତ ଗୁରୁବାର ଦିନ ନୟାଗଡ଼ ଜିଲ୍ଲାପାଳ ସାଇକେଲର ବିଭିନ୍ନ ଅଂଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଥିଲେ । ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଗୁରୁବାର ଦିନ କାହାକୁ କିଛି ନଜଣାଇ ସାଇକେଲ ଧରି ଜିଲ୍ଲା ଭ୍ରମଣରେ ବାହାରିଥିଲେ । ସକାଳ ସାଢେ ୬ଟାରୁ ସାଇକେଲରେ ଯାତ୍ରା ଆରମ୍ଭ କରି ଜିଲ୍ଲାର ସମସ୍ୟା ବାବଦରେ ଲୋକଙ୍କଠାରୁ ପଚାରି ବୁଝିଥିଲେ ଜିଲ୍ଲାପାଳ । ସରକାରୀ ଯୋଜନାର କାର୍ଯ୍ୟକାରୀତା ସଂପର୍କରେ ଜାଣିବା ପାଇଁ ଏହା ଏକ ଅଭିନବ ଉପାୟ ବୋଲି ଜିଲ୍ଲାପାଳ କହିଥିଲେ । ପ୍ରାୟ ୮୦ କିଲୋମିଟର ବାଟ ଅତିକ୍ରମ କରି ସରକାରୀ ଯୋଜନାର ଅବ୍ୟବସ୍ଥାର ବାସ୍ତବତା ଦେଖିଥିଲେ । ସ୍ୱଚ୍ଛ ଭାରତ ମିଶନର ବିଫଳତା ସାଙ୍ଗକୁ ପାନୀୟ ଜଳର ବ୍ୟାପକ ଦୁରୁପଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା ।ଏନେଇ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କାର୍ଯ୍ୟ ସଂପୁର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।