କନକ ବ୍ୟୁରୋ : ହୁଲି ଡଙ୍ଗାରେ ସ୍କୁଲ । ଜଳ ଭଣ୍ଡାର ଭିତରେ ନିଜେ ଯାତ୍ରା କରୁଥିବା ଡଙ୍ଗାର ନିଜେ ନାଉରୀ । ପାଠ ପଢିବାର ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦୁର୍ଗମ ଜଙ୍ଗଲ ଓ ଜଳ ଭଣ୍ଡାରର ଅକାତ ପାଣି । ଦେଖନ୍ତୁ ୨ ଜଣ ଛାତ୍ରୀ କିଭଳି ସାପୁଆ ନାଆରେ ଆହୁଲା କରି ରେଙ୍ଗାଳି ଜଳଭଣ୍ଡାର ପାର ହୋଇ ସ୍କୁଲ ଯାଉଛନ୍ତି । ଏମାନେ ଅନୁଗୁଳ ପାଲଲହଡା ବ୍ଲକ ହାତୀମୁଣ୍ଡା ଗାଁର ୨ ଆଦିବାସୀ ଝିଅ ଶାନ୍ତି ସିଙ୍କୁ ଓ ଭାରତୀ ଲାଗୁରୀ । କରଡାପାଳ ପଂଚାୟତ ସହରଗୁରୁଜାଙ୍ଗ ଗାଁ ଗୁରୁସୁଲେଇ ହାଇ ସ୍କୁଲର ୧୦ ଦଶମ ଶ୍ରେଣୀ ଛାତ୍ରୀ ।
ଗାଁ ପାଖରେ ହାଇସ୍କୁଲ ନାହିଁ । ଏଥିପାଇଁ ଘର ଠାରୁ ୧୫ କିଲୋମିଟର ଦୂର ଗୁରୁସୁଲେଇ ହାଇସ୍କୁଲରେ ପାଠପଢନ୍ତି । ଗରିବ ଆଦିବାସୀ ପରିବାରର ପିଲା ହୋଇଥିବାରୁ ସ୍କୁଲକୁ ଚାଲିଚାଲି ଯିବା ସହ ଅନ୍ୟ ବାଟ ନାହିଁ । ତେବେ ସବୁଦିନ ଏମିତି ଡଙ୍ଗାରେ ରେଙ୍ଗାଳି ଜଳଭଣ୍ଡାର ପାର ହୋଇ ୩ ବର୍ଷ ହେବ ଶାନ୍ତି ସିଙ୍କୁ ଓ ଭାରତୀ ଲାଗୁରୀ ସ୍କୁଲ ଯାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/Screen-shot-2016-11-04-at-12.30.44-PM.png)