ଜୁଲାଇ ୩୧ ଯାଏଁ ବନ୍ଦ ରହିବ ସ୍କୁଲ ଓ କଲେଜ୍ । ଜୁନ୍ ୩୦ ଯାଏଁ ଖୋଲିବନ ସପିଂ ମଲ୍, ସିନେମା ହଲ, ମନ୍ଦିର । ୩୦ ପ୍ରତିଶତ କ୍ଷମତାରେ ଖୋଲିବ ହୋଟେଲ୍

1,215

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଅନଲକ୍ -୧ ଘୋଷଣା ପରେ ରାଜ୍ୟ ପାଇଁ ନୂଆ ଗାଇଡଲାଇନ୍ ଆଣିଲେ ସରକାର । ଜୁନରେ କରୋନା ଅଧିକ କାୟା ମେଲାଇବାର ଆଶଙ୍କା ରହିଛି । ତେଣୁ ଜୁନ ମାସରେ ଆମକୁ ସବୁଠାରୁ ଅଧିକ ସତର୍କ ହେବାକୁ ପଡିବ । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ । ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ସ୍କୁଲ ଓ କଲେଜ ଖୋଲିବା ଉପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସ୍କୁଲ, କଲେଜ୍, ଶିକ୍ଷା ସଂସ୍ଥା ଓ କୋଚିଂ ସଂସ୍ଥା ଆଦି ଖୋଲିବାକୁ ଅନୁମତି ନାହିଁ । ଏନେଇ ମୁଖ୍ୟ ଶାସନ ସଚିବ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।

ଦେଶରେ କରୋନା ମହାମାରୀ ପାଇଁ ଏବେ ସ୍କୁଲ, କଲେଜ୍ ଛୁଟି ଅଛି । ତେବେ ଗତ ଦୁଇ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ଦୃଷ୍ଟିରେ ରଖି ସ୍କୁଲ କଲେଜ୍ ଆଦି ୩୧ ଯାଏଁ ବନ୍ଦ ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି, ଏ ଲଢ଼େଇ ଶୀଘ୍ର ସରିବ ନାହିଁ । କରୋନା ମୁକାବିଲା ପାଇଁ ସମୟୋପାଯୋଗୀ ପଦକ୍ଷେପ ନେବାକୁ ପଡ଼ିବ । ଜୁନ ମାସ ରାଜ୍ୟ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ।

କରୋନାକୁ ଗ୍ଲୋବାଲ ଟ୍ରାଭେଲର୍ସମାନେ ଦେଶରୁ ଦେଶକୁ ନେଇଛନ୍ତି । ୪ଲକ୍ଷ ୨୬ ହଜାରରୁ ଅଧିକ ଲୋକ ଆମ ରାଜ୍ୟକୁ ଫେରିଛନ୍ତି । ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି ସରକାର । ସଂକ୍ରମିତଙ୍କ ସଂଖ୍ୟା ଆଗକୁ ଆହୁରି ବଢ଼ିବ । ଗତକାଲି ଲକଡାଉନ ଫୋର ସରିଛି, ଅନଲକ ୧.୦ ଆରମ୍ଭ ହୋଇଛି । ସ୍ଥିତି ଦେଖି ରାଜ୍ୟ ସରକାର କିଛି ନିଷ୍ପତ୍ତି ନେବାକୁ କେନ୍ଦ୍ର କହିଛନ୍ତି । ସ୍ଥିତି ଦେଖି ରାଜ୍ୟ ସରକାର ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି ।

ଓଡ଼ିଶାରେ ୩୦ ଜୁନ ପର୍ଯ୍ୟନ୍ତ ମଲ ଖୋଲିବ ନାହିଁ । ୩୦ ଜୁନ ପର୍ଯ୍ୟନ୍ତ ମନ୍ଦିରରେ ସର୍ବସାଧାରଣ ପୂଜା ବନ୍ଦ । ତେବେ ଏହି ସମୟରେ ବସ୍ ଓ ରେଳ ଚଳାଚଳ ଚାଲୁ ରହିବ ।  ହୋଟେଲ ଖୋଲିବ କିନ୍ତୁ, ୩୦% କ୍ଷମତାରେ ଚାଲିବ । କେବଳ ହୋଟେଲରେ ରହୁଥିବା ଲୋକଙ୍କ ପାଇଁ ରେଷ୍ଟୁରାଣ୍ଟ ଚାଲିବ, ବାହାର ଲୋକଙ୍କ ପାଇଁ ନୁହେଁ । ସିନେମା ହଲ, ଜିମ, ପାର୍କ, ବାର ଖୋଲିବନି । ସମସ୍ତ ପ୍ରକାର ସମାବେଶ ଉପରେ କଟକଣା ।

ସେହିପରି ୧୧ ଜିଲ୍ଲାକୁ ଶନି ଓ ରବିବାର ସଟଡାଉନ୍ ଘୋଷଣା କରାଯାଇଛି । ଗଞ୍ଜାମ, ପୁରୀ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, ନୟାଗଡ, କଟକ, ବାଲେଶ୍ୱର, ବଲାଙ୍ଗୀର ଜିଲ୍ଲାରେ ଶନି ଓ ରବିାର ସଟଡାଉନ ରହିବ । ତେବେ ଏହି ଜିଲ୍ଲା ଗୁଡ଼ିକରେ ସଟଡାଉନ୍ ଅବଧୀରେ ଜରୁରୀ ସେବା ଜାରି ରହିବ । ହସ୍ପିଟାଲ ଓ ଔଷଧ ଦୋକାନ ଖୋଲାରହିବ । ପେଟ୍ରୋଲ ପମ୍ପ ଖୋଲା ରହିବ ଏବଂ ଗଣମାଧ୍ୟମକୁ ଅନୁମତି ମିଳିଛି । କେବଳ ଏତିକି ନୁହେଁ ଜଳଯୋଗାଣ, ବିଦ୍ୟୁତ ସେବା ମଧ୍ୟ ଜାରି ରହିବ । ତେବେ ସଟଡାଉନ ଜିଲ୍ଲାରେ ବଜାର, ଅଫିସ, ଗ୍ରୋସରୀ ଦୋକାନ ବନ୍ଦ ରହିବ । ଆଜି ସନ୍ଧ୍ୟାରୁ ଲାଗୁ ହେବ ନିୟମ ।