ଦିଲ୍ଲୀରେ କରୋନା ଭୟ : ୩ ଦିନ ପାଇଁ ବନ୍ଦ ହେଲା ନୋଏଡାରେ ଏକ ଘରୋଇ ସ୍କୁଲ, କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ୨ ପିଲା ସ୍କୁଲରେ ପଢ଼ୁଥିବାରୁ ସତର୍କତା ମୂଳକ ପଦକ୍ଷେପ

615

କନକ ବ୍ୟୁରୋ : କରୋନା ଭାଇରସକୁ ନେଇ ଦିଲ୍ଲୀରେ ଆତଙ୍କ । ନୋଇଡା ଅଂଚଳରେ ଥିବା ଦୁଇଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଗୋଟିଏ ସ୍କୁଲକୁ ମାର୍ଚ୍ଚ ୧୧ ତାରିଖ ଯାଏଁ ବନ୍ଦ ଘୋଷଣା କରାଯାଇଥିବା ବେଳେ ଅନ୍ୟ ସ୍କୁଲକୁ ତିନି ଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ନୋଏଡାର ସେକ୍ଟର ୧୩୫ରେ ଥିବା ସ୍କୁଲରେ ଆଜି ପରୀକ୍ଷା ଚାଲିଥିବା ବେଳେ ଦିନ ୧୧ଟାରେ ସ୍କୁଲ କର୍ତୃପକ୍ଷ ଅଭିଭାବକମାନଙ୍କୁ  ଫୋନ କରି ସ୍କୁଲରୁ ପିଲାଙ୍କୁ ନେଇଯିବାକୁ କହିଥିଲେ ।

ମିଳିଥିବା ସୂଚନା ଅନୁସାରେ ପୂର୍ବ ଦିଲ୍ଲୀରେ ରହୁଥିବା ଜଣେ ଛାତ୍ରଙ୍କ ଅଭିଭାବଙ୍କ କରୋନା ପଜିଟିଭି ରିପୋର୍ଟ ଆସିଛି । କିଛି ଦିନ ତଳେ ସେ ଆଗ୍ରାରେ ଏକ ବାର୍ଥ ଡେ ପାର୍ଟି ରଖିଥିଲେ । ଯେଉଁଥିରେ ସେ ୫ଟି ପରିବାର ଲୋକଙ୍କ ସଂପର୍କରେ ଆସିଥିଲେ । ଏବେ ବାର୍ଥଡେରେ ସାମିଲ ହୋଇଥିବା ୨ ସ୍କୁଲ ଛାତ୍ରଙ୍କ ସମେତ ୬ ଜଣ ବ୍ୟକ୍ତିଙ୍କୁ  ଏବେ ଥଣ୍ଡା ଜ୍ୱର ଧରିଛି ।

ତେଣୁ କରୋନା ସଂକ୍ରମଣ ଆଶଙ୍କାରେ ସ୍କୁଲ କର୍ତୃପକ୍ଷ ଛୁଟି ଘୋଷଣା କରି ସ୍କୁଲର ସାନିଟାଇଜେସନ କରିଛନ୍ତି । ଅନ୍ୟପଟେ ବାର୍ଥଡେ ପାର୍ଟିରେ ସାମିଲ ହୋଇ ୨ ଛାତ୍ରଙ୍କ ସମେତ ୫ ବ୍ୟକ୍ତି ଥଣ୍ଡା ଜ୍ୱରରେ ଆକ୍ରାନ୍ତଙ୍କ ରକ୍ତ ପରୀକ୍ଷା ପୁଣେ ପଠାଯାଇଛି ।