ନାଟକ ଦେଖି ନିଜ ଅପହରଣର ନାଟକ ରଚିଲେ ଛାତ୍ର : ସାଙ୍ଗସାଥୀଙ୍କ ସହ ମିଶି ବାପାଙ୍କ ଠାରୁ ଦାବି କଲେ ୨୦ ଲକ୍ଷ ଟଙ୍କା, ପର୍ଦ୍ଦାଫାସ କଲା ପୋଲିସ୍

416

କନକ ବ୍ୟୁରୋ : ନିଜର ଅପହରଣରର ନାଟକ ରଚିଲେ ଛାତ୍ର । ସିରିଏଲ ଦେଖି ସାଙ୍ଗ ମାନଙ୍କ ସହ ମିଶି ନିଜର ଅପହରଣରର ଡ୍ରାମା କରି ପରିବାର ଠାରୁ ୨୦ ଲକ୍ଷ ଟଙ୍କା ଦାବି କଲେ ନବମ ଶ୍ରେଣୀର ଛାତ୍ର । ଗ୍ରେଟ ନୋଏଡ଼ାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଗାଳି ଶୁଣିବାରୁୁ ବର୍ତ୍ତିବାକୁ ଏପରି ନାଟକ ରଚିଥିଲେ ବୋଲି ପୋଲିସ୍ ସୂତ୍ରରୁ ସୂଚନା ମଳିିଛି । ଏପରି କରି ପରିବାର ଲୋକଙ୍କ ଠାରୁ ୨୦ ଲକ୍ଷ ଟଙ୍କା ମଧ୍ୟ ମାଗି ନେଇଥିଲେ ଛାତ୍ର । ତେବେ କିଛି ଘଣ୍ଟା ମଧ୍ୟରେ ହିଁ ସମ୍ପକ୍ତ ଛାତ୍ର ଓ ତା’ର ସାଙ୍ଗ ମାନଙ୍କୁ ଅଟକ ରଖିଛି ପୋଲିସ୍ ।

ନାଟକର ନାଁ ଅପହରଣ । ସାଙ୍ଗମାନଙ୍କ ସହ ନିଜ ଅପହରଣର ନାଟକ । ଗ୍ରେଟ ନୋଏଡ଼ାରେ ରହୁଥିବା ଜଣେ ଡ୍ରାଇଭରରଙ୍କ ପୁଅ ଏପରି କାହାଣୀ ରଚିଥିଲା । ଡ୍ରାଇଭରଙ୍କ ଏକମାତ୍ର ପୁଅ ଚାରି ସାଙ୍ଗଙ୍କ ସହ ଷାଣ୍ମାସିକ ପରୀକ୍ଷାରେ ଫେଲ୍ ହୋଇଯାଇଥିଲେ । ପରିବାର ଲୋକ କାଳେଗାଳି ଦେବେ ସେନେେଇ ଏହି ନାଟକ ରଚିଥିଲେ । ଅପହରଣ ନାଟକ ରଚିବା ପରେ  ସମ୍ପୃକ୍ତ ବାଳକର ବନ୍ଧୁମାନେ ଘରକୁ ଫୋନ୍ କରି ଟଙ୍କା ମାଗିଥିଲେ । ପୁଅକୁ ଜୀବନ୍ତ ପାଇବାକୁ ଚାହୁଁଥିଲେ ୨୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ ।

ତେବେ ଏଥିରେ ଘର ଲୋକ ଡରି ଯାଇ ପୋଲିସକୁ ଖବର ଦେଇଥିିଲେ । ତେବେ ସନ୍ଦେହ ହେବାକୁ ଘଟରା ସମ୍ପର୍କରେ ଖୋଳତାଡ଼ କରିବା ପରେ ସତ ଜଣାପଡ଼ିଥିଲା । ଆଉ ତା’ପରେ ବିଳମ୍ବିତ ରାତ୍ରିରେ ଛାତ୍ରଙ୍କୁ ସାଙ୍ଗଙ୍କ ଘରୁ ଉଦ୍ଧାର କରିଥିଲା ପୋଲିସ୍ ।