ପଦାରେ ପଡ଼ିଲା ରାଜ୍ୟ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର : ରାଜ୍ୟର ୯୦ ପ୍ରାଥମିକ ବିଦ୍ୟାଳୟର ନାହିଁ ଶ୍ରେଣୀ ଗୃହ, ବାହାରେ ପଢୁଛନ୍ତି ପିଲା , ୧୧୫ ସ୍କୁଲର ନିଜସ୍ଵ ଶ୍ରେଣୀ ଗୃହ ନାହିଁ

374

କନକ ବ୍ୟୁରୋ : ରାଜ୍ୟ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର । ରାଜ୍ୟର ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ । ବାହାରେ ବସି ପାଠ ପଢ଼ୁଛନ୍ତି ପିଲା । ଆଜି ବିଧାନସଭାରେ ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ । ମୋହନ ମାଝୀ ଆଜି ଗୃହରେ ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ କରିଥିଲେ । ଓଡିଶାରେ କେତେ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ ? କେତେ ସଂଖ୍ୟକ ବିଦ୍ୟାଳୟର ନିଜସ୍ୱ ଗୃହନାହିଁ ? କେତେ ବିଦ୍ୟାଳୟ ପାଇଁ ସର୍ବନିମ୍ନ ସଂଖ୍ୟକ ପିଲା ନାହାଁନ୍ତି ? କେତେ ସଂଖ୍ୟକ ହାଇସ୍କୁଲରେ କମ୍ପୁଟର ଥିଲେ ବି ବିଦ୍ୟୁତ୍ ନାହିଁ ? ଓ କେତେ ସଂଖ୍ୟକ ବିଦ୍ୟାଳୟରେ ପାଠାଗାର ନାହିଁ ବୋଲି ଜିଲ୍ଲାୱାରୀ ତଥ୍ୟ ଦେଇପାରିବେ କି ବୋଲି ପ୍ରଶ୍ନ କରିଥିଲେ ମୋହନ ମାଝୀ?

ଆଉ ବିଧାନସଭାର ଏହାର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ୧୧୫ଟି ବିଦ୍ୟାଳୟର ନିଜସ୍ୱ ଗୃହ ନାହିଁ । ରାଜ୍ୟର ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ । ବାହାରେ ବସି ପାଠ ପଢ଼ୁଛନ୍ତି ପିଲା । ୩୧୫ଟି ବିଦ୍ୟାଳୟରେ ସର୍ବନିମ୍ନ ସଂଖ୍ୟକ ୧୦ରୁ କମ୍ ପିଲା ପାଠ ପଢ଼ୁଛନ୍ତି । ପ୍ରାୟ ୧୦୪୮ଟି ହାଇସ୍କୁଲରେ କମ୍ପ୍ୟୁଟର ନାହିଁ । ୨୮ଟି କମ୍ପୁଟର ଥିବା ହାଇସ୍କୁଲରେ ବିଦ୍ୟୁତ୍ ସଂଯୋଗ ଥିବାବେଳେ ବିଦ୍ୟୁତ୍ କାର୍ଯ୍ୟକାରୀ ହେଉନାହିଁ । ୨୬୧ଟି ବିଦ୍ୟାଳୟରେ ପାଠାଗାର ନାହିଁ ଓ ୪୭୦ଟି ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ କାର୍ଯ୍ୟ କରୁଛନ୍ତି ।