କୋଭିଡ କଟକଣା ଭିତରେ ସରିବ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲର ନାମଲେଖା : ଜୁଲାଇ ୧୫ ସୁଦ୍ଧା ନାମ ଲେଖା ସାରିବାକୁ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ, ମାନିବାକୁ ପଡିବ କୋଭିଡ ନିୟମ

687

କନକ ବ୍ୟୁରୋ : କୋଭିଡ ୧୯ ପାଇଁ ଏବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଶା ଆଶଙ୍କା ଦେଇ ଗତିକରୁଛି । କେବେ ସ୍କୁଲ ଖୋଲିବା କିଛି ସ୍ପଷ୍ଟ ଚିତ୍ର ଆସିନି । ତେବେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ ନାମଲେଖା ଦିଗରେ ନିଷ୍ପତି ନେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଜୁଲାଇ ୧୫ ତାରିଖ ସୁଦ୍ଧା ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନାମଲେଖା ଶେଷ କରିବାକୁ ଚିଠି ଜରିଆରେ ନିର୍ଦ୍ଦେଶ ଦେଇଛି ବିଭାଗ । ପ୍ରତିଦିନ ସକାଳ ୭ଟାରୁ ପୂର୍ବାହ୍ନ ୯ଟା ୩୦ ମଧ୍ୟରେ ସ୍କୁଲରେ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ ।

ଗୋଟିଏ ସ୍କୁଲରେ ଏକ ସମୟରେ ୫ରୁ ଅଧିକ ଅଭିଭାବକ ନାମ ଲେଖା କରାଇପାରିବେ ନାହିଁ । ଏନେଇ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ସ୍କୁଲରେ ନାମ ଲେଖାଇବାକୁ ଯେତେବେଳେ ଅଭିଭାବକ ଓ ଛାତ୍ରଛାତ୍ରୀ ଆସିବେ ସେମାନେ କୋଭିଡ ୧୯ ଗାଇଡଲାଇନ୍ ପାଳନ କରିବେ । ଏଥିପ୍ରତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଖିବେ କଡା ନଜର । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଲାଗି ସ୍କୁଲ ନୋଟିସ ବୋର୍ଡରେ ସମସ୍ତ ଗାଇଡଲାଇନ୍ ଉଲ୍ଲେଖ ରହିବ ।