କଟକ ବଡ଼ ମେଡ଼ିକାଲ ପାଇଁ ବଡ ଘୋଷଣା : ହଜାରେ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏସସିବିକୁ ଏମ୍ସ ପ୍ଲସ କରି ଗଢ଼ି ତୋଳିବାକୁ ଲକ୍ଷ୍ୟ 

299

କନକ ବ୍ୟୁରୋ : ରାଜ୍ୟର ସବୁଠୁ ବଡ ମେଡିକାଲ କଟକ ଡାକ୍ତରଖାନାକୁ ନୂଆ ରୂପରେ ଗଢିତୋଳିବା ପାଇଁ ବଡ ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିତ୍ତିଭୂମିର ବିକାଶ ପାଇଁ ହଜାରେ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ନବୀନ । ରୋଗୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବେଡ ସଂଖ୍ୟା ୩ହଜାରକୁ ବୃଦ୍ଧି କରିବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ଡାକ୍ତରଖାନାରେ କିଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ହେବ ସେ ନେଇ ଯୋଜନା କରାଯାଇଛି । କଟକ ବଡ ମେଡିକାଲକୁ ଦେଶର ଶ୍ରେଷ୍ଠ ୩ଟି ମେଡିକାଲ କଲେଜ ମଧ୍ୟରେ ସ୍ଥାନ ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

ରାଜ୍ୟର ସବୁଠୁ ବଡ ମେଡିକାଲ କଟକ ଡାକ୍ତରଖାନାକୁ ନୂଆ ରୂପରେ ଗଢି ତୋଳିବା ପାଇଁ ରାଜ୍ୟ ସରକାର ନୂଆ ପ୍ୟାକେଜ ଘୋଷଣା କରିଛନ୍ତି ।

-ଭିତ୍ତିଭୂମିର ବିକାଶ ପାଇଁ ଡାକ୍ତରଖାନାରେ ଖର୍ଚ୍ଚ ହେବ ହଜାରେ କୋଟିରୁ ଅଧିକ ଟଙ୍କା

-ରୋଗୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବେଡ ସଂଖ୍ୟା ୩ହଜାରକୁ ବୃଦ୍ଧି ପାଇବ

-ଡାକ୍ତରଖାନାରେ ଉପଲବ୍ଧ ହେବ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ

ଏପଟେ ଭିତ୍ତିିଭୂମି ବିକାଶ ସହ କଟକ ବଡ ମେଡିକାଲକୁ ଦେଶର ଶ୍ରେଷ୍ଠ ୩ଟି ମେଡିକାଲ କଲେଜ ମଧ୍ୟରେ ସ୍ଥାନ ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଯାହା ଫଳରେ ଚିକିତ୍ସା ପାଇଁ କୌଣସି ଲୋକଙ୍କୁ ଓଡିଶା ବାହାରକୁ ଯିବାକୁ ପଡିବନାହିଁ ।

ତେବେ ଏହି ଘୋଷଣା ପୂର୍ବରୁ ଅତର୍କିତ ଭାବରେ ଡାକ୍ତରଖାନାରେ ପହଂଚିଥିଲେ ଫାଇବ୍-ଟି ସଚିବ ଭି.କେ ପାଣ୍ଡିଆନ୍ । ସାଥିରେ ଥିଲେ, ଏନଏଚଏମ ନିର୍ଦ୍ଦେଶିକା, ପୁଲିସ କମିଶନର, କଟକ ଡିସିପି ଏବଂ ଜିଲ୍ଲାପାଳ । ଉର୍ଦ୍ଦେଶ୍ୟଥିଲା,  ରାଜ୍ୟର ସବୁଠୁ ବଡ଼ ମେଡ଼ିକାଲରେ କେମିତି ଚାଲିଛି ସ୍ୱାସ୍ଥ୍ରସେବା ତା’ର ତଦାରଖ କରିବା । ପ୍ରଥମେ କାଜୁଆଲ୍ଟି ଯାଇ ରୋଗୀଙ୍କ ଅବସ୍ଥା ଯାଂଚ କରିଥିବା ବେଳେ ପରେ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ମ୍ୟାପ୍ର ଅନୁଧ୍ୟାନ କରିଥିଲେ । ଏସ୍ସିବିରେ ଖାଲି ପଡ଼ିଥିବା ଜାଗାର କିଭଳି ସୁବିନିଯୋଗ ହୋଇ ପାରିବ, ତା’ର ଅନୁଧ୍ୟାନ କରିଥିଲେ ଫାଇବ୍-ଟି ସଚିବ ।