କନକ ବ୍ୟୁରୋ : କଟକ ଏସସିବିରୁ ପିଲା ଚୋରି ଘଟଣାର ପର୍ଦ୍ଦାଫାସ୍ । ଶିଶୁ ଅପହରଣ ଘଟଣାରେ ସଂପୃକ୍ତି ଅଭିଯୋଗରେ ଜଣେ ମହିଳାଙ୍କ ସହ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗତ ବୁଧବାର କଟକ ବଡ ମେଡିକାଲ ପରିସରରେ ଘଟିଥିଲା ଏହି ଅଭାବନୀୟ ଘଟଣା । ମହିଳା ଓ ପ୍ରସୂତି ବିଭାଗରେ ଥିବା ଢେଙ୍କାନାଳ କଙ୍କଡାହାଡର ପବିତ୍ର ପାତ୍ରଙ୍କ ସ୍ତ୍ରୀ ମଙ୍ଗଳବାର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।
ତେବେ ବୁଧବାର ପୋଲିଓ ଟୀକା ଦେବାକୁ କହି ଜଣେ ମହିଳା ନିଜକୁ ଆଶା କର୍ମୀ ପରିଚୟ ଦେଇ ପିଲାଟିକୁ ନେଇ କୁଆଡେ ଚାଲିଯାଇଥିଲେ । ପ୍ରାୟ ୧ ଘଂଟା ଧରି ଖୋଜା ଖୋଜି କରିବା ପରେ ପୁଅଟି ନ ମିଳିବାରୁ ପବିତ୍ର ମଂଗଳାବାଗ ଥାନାରେ ଏତଲା ଦେଇଥିଲେ ।
ଅଭିଯୋଗ ପାଇବା ପରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ପୋଲିସ । ସିସିଟିଭି ଫୁଟେଜକୁ ଯାଂଚ କରିବା ସହ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତି କରି ୪ ଜଣଙ୍କୁ ଗିରଫ କରାଯାଇଛି । ତେବେ ଏହି ଘଟଣାରେ ଆହୁରି କିଛି ଲୋକଙ୍କ ସଂପୃକ୍ତକୁ ଏଡାଇ ଦେଇ ହେବନି ବୋଲି ସୂଚନା ଦେଇଛନ୍ତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vc.jpg)