ପତି ପତ୍ନୀଙ୍କ ମାଲିକ ନୁହଁନ୍ତି, ମହିଳାଙ୍କ ପ୍ରତି ଖରାପ ବ୍ୟବହାର ଅସାମ୍ବିଧାନିକ : ରାୟ ଶୁଣାଇଲେ ସୁପ୍ରିମକୋର୍ଟ

93

କନକ ବ୍ୟୁରୋ : ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ବନ୍ଧସହ ଜଡ଼ିତ ଦଣ୍ଡ ସଂହିତା ଧାରା ୪୯୭ ଉପରେ ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତି ଶୁଣାଇଛନ୍ତି । ମୁଖ୍ୟ ବିଚାରପତି ଦୀପକ ମିଶ୍ର ନିଷ୍ପତ୍ତି ଶୁଣାଉଛନ୍ତି । ସେ କହିଛନ୍ତି ମହିଳାଙ୍କ ପ୍ରତି କୌଣସି ବି ପ୍ରକାର ଦୁର୍ବ୍ୟବାର ଅସାମ୍ବିଧାନକ ଅଟେ । ଆଇପିସି ସେକ୍ସନ ୪୯୭ ଅନୁସାରେ ମହିଳାଙ୍କ ସମ୍ମାନ ବିରୋଧରେ ଯାଉଛି । ଏଥିପାଇର୍ ଏହି ଧାରାକୁ ରଦ୍ଦ କରାଯାଇଛି । ପୁରୁଷ ଓ ମିହଳାଙ୍କ ରହିଛି ସମାନ ଅଧିକାର ରହିଛି । ମହିଳାଙ୍କୁ ସବୁବେଳେ ସମାନ ଅଧିକାର ମିଳିବା ଦରକାର ବୋଲି କହିଛନ୍ତି ସୁପ୍ରିମକୋର୍ଟ । ମହିଳାଙ୍କ ପ୍ରତି ଖରାପ ବ୍ୟବହାର ଅସାମ୍ବିଧାନିକ ।

ପତି, ପତ୍ନୀଙ୍କ ମାଲିକ ନୁହଁନ୍ତି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ମହିଳାଙ୍କୁ ସମାଜର ଇଚ୍ଛା ଅନୁସାରେ ଭାବିବା ପାଇଁ ଜୋର କରିବା ଉଚିତ ନୁହେଁ । ସେମାନଙ୍କ ମଧ୍ୟ ନିଜର ବଂଚିବାର ସମ୍ପୂର୍ଣ୍ଣ ଅଧିକାର ରହିଛି । କୌଣସି ବ୍ୟକ୍ତି ସହମତି ବିନା ସ୍ତ୍ରୀ ସହ ଶାରୀରିକ ସମ୍ମନ୍ଧ ରଖିବାକୁ ଦୁଷ୍କର୍ମ କୁହାଯାଇ ପାରିବ ନାହିଁ । ଏହାକୁ ବ୍ୟଭିଚାର କୁହାଯିବ । ସଂସଂଦରେ ମିହଳାଙ୍କ ଉପରେ ହେଉଥିିବା ଘରୋଇ ହିଂସା ଉପରେ ନିୟମ ପ୍ରଣୟନ ହୋଇଛି । ଏହା ବ୍ୟତୀତ ସୁପ୍ରମକୋର୍ଟ କହିଛନ୍ତି, ପରକୀୟା ପ୍ରୀତି କୌଣସି ଅପରାଧ ନୁହେଁ । କିନ୍ତୁ ଏହି କାରଣରୁ ଆପଣଙ୍କ ସାଥୀ ଆତ୍ମହତ୍ୟା କଲେ କିମ୍ବା ଆତ୍ମହତ୍ୟା ପାଇଁ ତାଙ୍କୁ ପ୍ରବର୍ତ୍ତାଇଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କ’ଣ ଏହି ବ୍ୟଭିଚାର ନିୟମ ?
୧୫୮ ବର୍ଷ ପୁରୁଣା ଆଇପିସି ଧାରା ୪୭୯ ଅନୁସାରେ କୌଣସି ବିବାହିତ ପୁରୁଷ ଅନ୍ୟ ବିବାହିତ ମହିଳା ସହ ସହମତି କ୍ରମେ ସମ୍ମନ୍ଧ ରଖିପାରିବେ । ଉକ୍ତ ମହିଳାଙ୍କ ସ୍ୱାମୀ ପରୁଷଙ୍କ ବିରୋଧରେ କେସ୍ କରିପାରିବେ । ଏହାସହ ମହିଳାଙ୍କ ସହ ବିରୋଦରେ କୌଣସି କେସ୍ କରପାରିବେ ନାର୍ହି ।