ଅଯୋଧ୍ୟା ରାମ ଜନ୍ମଭୂମି ପାଇଁ ହେବ ମଧ୍ୟସ୍ଥତା ! ୪ ସପ୍ତାହ ଭିତରେ ରିପୋର୍ଟ ଦାଖଲ ପାଇଁ ସୁପ୍ରିିମକୋର୍ଟଙ୍କ ନିର୍ଦ୍ଦେଶ, ଗଣମାଧ୍ୟମରେ ମାମଲାର ଖବର ପ୍ରସାରଣ ଉପରେ ରୋକ

99

କନକ ବ୍ୟୁରୋ : ଅଯୋଧ୍ୟା ରାମ ଜନ୍ମଭୂମି ବିବାଦର ସମାଧାନ ପାଇଁ ହେବ ମଧ୍ୟସ୍ଥତା । ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରି ମଧ୍ୟସ୍ଥତା ପାଇଁ ନିର୍ଦେଶ ଦେଇଛନ୍ତି । ୩ ଜଣିଆ ମଧ୍ୟସ୍ଥତା ଟିମ୍ ଗଠନ କରି ସେମାନଙ୍କ ନାଁ ଘୋଷଣା କରିଛନ୍ତି କୋର୍ଟ । ଅଯୋଧ୍ୟା ମାମଲାରେ ମଧ୍ୟସ୍ଥି କରିବେ ଶ୍ରୀ ଶ୍ରୀ ରବିଶଙ୍କର, ଜଷ୍ଟିସ୍ ଇବ୍ରାହିମ୍ କଲିଫୁଲା ଓ ଶ୍ରୀରାମ ପଂଚୁ । ଫଇଜାବାଦରେ ମଧ୍ୟସ୍ଥତା କରି ୪ ସପ୍ତାହ ଭିତରେ ପ୍ରରମ୍ଭିକ ରିପୋର୍ଟ ଦାଖଲ ପାଇଁ ମଧ୍ୟସ୍ଥଙ୍କୁ ନିର୍ଦେଶ ଦେଇଛନ୍ତି ସୁପ୍ରିିମକୋର୍ଟଙ୍କ ନିର୍ଦେଶ । ଏହାସହ ୮ ସପ୍ତାହ ଭିତରେ ଚୂଡାନ୍ତ ରିପୋର୍ଟ ଦାଖଲ କରିବେ ମଧ୍ୟସ୍ଥି ।

ଆସନ୍ତା ଗୋଟିଏ ସପ୍ତାହ ଭିତରେ ମଧ୍ୟସ୍ଥତା ଆରମ୍ଭ କରିବା ପାଇଁ ସର୍ବୋଚ୍ଚ ନ୍ୟାୟଳୟ ନିର୍ଦେଶ ଦେଇଛନ୍ତି । ରାମ ଜନ୍ମଭୂମୀ ମାମଲାରେ ମଧ୍ୟସ୍ଥତା ଖବର ପ୍ରସାରଣ ଦିଗରେ ଗଣମାଧ୍ୟମ ଉପରେ ରୋକ୍ ଲଗାଇଛନ୍ତି କୋର୍ଟ । ସୂଚନାଯୋଗ୍ୟ ଗତ ବୁଧବାର ମାମଲାର ଶୁଣାଣି କରି ପ୍ରମୁଖ ବିଚାରପତି ଜଷ୍ଟିସ ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲା । ମାମଲାର ତିନି ପକ୍ଷଙ୍କୁ ମଧ୍ୟସ୍ଥଙ୍କ ନାମ ଦେବାକୁ କହିଥିଲେ ଖଣ୍ଡପୀଠ । ମାମଲାକୁ କେବଳ ଜମି ବିବାଦ ନୁହଁ ଦେଶର କୋଟି କୋଟି ଜନତାଙ୍କ ଭାବାବେଗ ଦୃଷ୍ଟି କୋଣରୁ ବିଚାର କରାଯାଉଥିବା କହିଛନ୍ତି ସୁପ୍ରିମକୋର୍ଟ ।