ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ହେବ ସିବିଆଇ ତଦନ୍ତ । ମହାରାଷ୍ଟ୍ର ସରକାରଙ୍କୁ ସହଯୋଗ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ବିହାର ସରକାରଙ୍କ କରିଥିବା ଆବେଦନ ସଠିକ ବୋଲି କହିଲେ କୋର୍ଟ

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ହେବ ସିବିଆଇ ତଦନ୍ତ । ମହାରାଷ୍ଟ୍ର ସରକାରଙ୍କୁ ସହଯୋଗ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ବିହାର ସରକାରଙ୍କ କରିଥିବା ଆବେଦନ ସଠିକ ବୋଲି କହିଲେ କୋର୍ଟ

କନକ ବ୍ୟୁରୋ : ଅଭିନେତା ସୁଶାନ୍ତ ସିଂ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଏହି ମାମଲାରେ ଏପର୍ଯ୍ୟନ୍ତ ସଂଗୃହୀତ ସମସ୍ତ ପ୍ରମାଣ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପ୍ରିମ୍ କୋର୍ଟ ମୁମ୍ବାଇ ପୁଲିସକୁ କହିଛନ୍ତି । ବିହାର ପାଟନାରେ ରୁଜୁ ହୋଇଥିବା ମାମଲାକୁ ମୁମ୍ବାଇ ପୁଲିସକୁ ସ୍ଥାନାନ୍ତର କରିବା ନେଇ ରିୟା ଚକ୍ରବର୍ତିଙ୍କ ଆବେଦନ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ବିହାର ସରକାର କରିଥିବା ଆବେଦନ ସଠିକ । ବିହାର ସରକାରଙ୍କ ତଦନ୍ତ ଅଧିକାର ରହିଛି । ତଦନ୍ତ ପ୍ରକ୍ରିୟାରେ ମହାରାଷ୍ଟ୍ର ସରକାରଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେପଟେ ଅନ୍ୟାୟ ବିରୋଧରେ ନ୍ୟାୟର ବିଜୟ ହୋଇଛି ବୋଲି କହିଛନ୍ତି ବିହାର ଡିଜିପି । ସୁପ୍ରିମକୋର୍ଟ ରାୟରେ ବହୁତ ଖୁସି ଥିବା ସହ ୧୩୦ କୋଟି ଭାରତୀୟ ଭାବନାର ଜିତ ହୋଇଛି ବୋଲି ଡିଜିପି ଗୁପ୍ତେଶ୍ୱର ପାଣ୍ଡେ କହିଛନ୍ତି ।

ଜୁଲାଇ ୨୫ ତାରିଖରେ ସୁଶାନ୍ତ ସିଂ ରାଜପୁତଙ୍କ ବାପା କେକେ ସିଂହ, ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ବିରୋଧରେ ପାଟନାର ରାଜୀବ ନଗର ଥାନାରେ ଅଭିଯୋଗ ଦାଏର କରିଥିଲେ । ସେହି ଅଭିଯୋଗ ଆଧାରରେ ପାଟନା ପୁଲିସ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରି ତଦନ୍ତ ଆରମ୍ଭ କରିଥିଲା।  ଅପରପକ୍ଷେ, ମୁମ୍ବାଇ ପୁଲିସ ଜୁନ୍ ୧୪ ତାରିଖ ଦିନ ଏକ ଆକସ୍ମିକ ମୃତ୍ୟୁ ର‌ପୋର୍ଟ ଦାଏର କରି ମାମଲାର ତଦନ୍ତ ଚଳାଇ ଥିଲା। ଏଫ୍ଆଇଆର୍ ହେବା ପରେ ରିୟା ଏହି ମାମଲା ମୁମ୍ବାଇକୁ ସ୍ଥାନାନ୍ତର କରିବାକୁ ସୁପ୍ରିମ୍ କୋର୍ଟରେ ନିବେଦନ କରିଥିଲେ।

ଏହି ମାମଲାରେ ଅଗଷ୍ଟ ୧୩ ତାରିଖରେ ହୋଇଥିବା ଶୁଣାଣିରେ ସମସ୍ତ ପକ୍ଷ ସୁପ୍ରିମ୍ କୋର୍ଟରେ ଚୂଡ଼ାନ୍ତ ଲିଖିତ ଦଲିଲ ଦାଏର କରିଥିଲେ । କେବଳ ଏଫ୍‌ଆଇଆର୍ ଦରଜ ହୋଇଥିବାରୁ ଏହାକୁ ପ୍ରଭାବହୀନ ମାମଲା କହିବା ସହ ତଦନ୍ତ ଭାର ସିବିଆକୁ ହସ୍ତାନ୍ତର ହୋଇଥିବା ଦର୍ଶାଇ ବିହାର ସରକାର ମଧ୍ୟ ରିୟାଙ୍କ ଆବେଦନ ଖାରଜ କରିବାକୁ ସୁପ୍ରିମ୍ କୋର୍ଟଙ୍କୁ ଅନୁରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe