ଚିଦାମ୍ବରମଙ୍କୁ ମିଳିଲା ଜାମିନ୍ : ଆଇଏନଏକ୍ସ ମିଡିଆ ଆର୍ଥିକ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଦେଲେ ବେଲ୍

Advertisment
ଚିଦାମ୍ବରମଙ୍କୁ ମିଳିଲା ଜାମିନ୍ : ଆଇଏନଏକ୍ସ ମିଡିଆ ଆର୍ଥିକ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଦେଲେ ବେଲ୍
କନକ ବ୍ୟୁରୋ : ଆଇଏନଏକ୍ସ ମିଡିଆ ମାମଲାରେ କଂଗ୍ରେସର ବରିଷ୍ଠ ନେତା ଓ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ  ଆଶ୍ୱସ୍ତି ମିଳିଛି । ମାମଲାରେ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଦୀର୍ଘ ୫୦ ଦିନ ହେଲା ଚିଦାମ୍ବରମ ଜେଲରେ ଅଛନ୍ତି । ସିବିଆଇ  ମାମଲାରେ  ଚିଦାମ୍ବରମଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଚିଦାମ୍ବରମଙ୍କୁ ଜାମିନ ମିଳିଛି ।
ତେବେ ଅନ୍ୟ ଏକ ମାମଲାରେ  ଇଡି ଦ୍ୱାରା ଚିଦାମ୍ବରମ ଗିରଫ ହୋଇଥିବାରୁ ସେ ୨୪ ତାରିଖ ଯାଏଁ  ହେପାଜତରେ ଅଛନ୍ତି ।  ଆଇଏନଏକ୍ସ ମିଡିଆ ଆର୍ଥିକ ଅନିୟମିତତା ମାମଲାରେ  ଚିଦାମ୍ବରମଙ୍କୁ ଗିରଫଦାରୀବେଳେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ପୂର୍ବତନ୍ତ୍ରୀ ଅର୍ଥମନ୍ତ୍ରୀଙ୍କୁ ରାତି ଅଧିଆ ଗିରଫ କରିଥିଲା ସିବିଆଇ ।   ଏହାକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ ହୋଇଥିଲେ ।
ଠିକ ସେହିପରି ପ୍ରାୟ ଦୁଇ ମାସତଳେ ଦିଲ୍ଳୀରେ ଥିବା ତାଙ୍କର ବାସଭବନରୁ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ସିବିଆଇ) ଦ୍ୱାରା ଗିରଫ ହୋଇଥିଲେ ଚିଦମ୍ବରମ। ସିବିଆଇ ପାଖାପାଖି ୧୫ ଦିନ ଜେରା କରିବା ପରେ ତାଙ୍କୁ ତିହାଡ ଜେଲ୍କୁ ପଠା ଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe