କନକ ବ୍ୟୁରୋ : ଆଇଏନଏକ୍ସ ମିଡିଆ ମାମଲାରେ କଂଗ୍ରେସର ବରିଷ୍ଠ ନେତା ଓ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଆଶ୍ୱସ୍ତି ମିଳିଛି । ମାମଲାରେ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଦୀର୍ଘ ୫୦ ଦିନ ହେଲା ଚିଦାମ୍ବରମ ଜେଲରେ ଅଛନ୍ତି । ସିବିଆଇ ମାମଲାରେ ଚିଦାମ୍ବରମଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଚିଦାମ୍ବରମଙ୍କୁ ଜାମିନ ମିଳିଛି ।
ତେବେ ଅନ୍ୟ ଏକ ମାମଲାରେ ଇଡି ଦ୍ୱାରା ଚିଦାମ୍ବରମ ଗିରଫ ହୋଇଥିବାରୁ ସେ ୨୪ ତାରିଖ ଯାଏଁ ହେପାଜତରେ ଅଛନ୍ତି । ଆଇଏନଏକ୍ସ ମିଡିଆ ଆର୍ଥିକ ଅନିୟମିତତା ମାମଲାରେ ଚିଦାମ୍ବରମଙ୍କୁ ଗିରଫଦାରୀବେଳେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ପୂର୍ବତନ୍ତ୍ରୀ ଅର୍ଥମନ୍ତ୍ରୀଙ୍କୁ ରାତି ଅଧିଆ ଗିରଫ କରିଥିଲା ସିବିଆଇ । ଏହାକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ ହୋଇଥିଲେ ।
ଠିକ ସେହିପରି ପ୍ରାୟ ଦୁଇ ମାସତଳେ ଦିଲ୍ଳୀରେ ଥିବା ତାଙ୍କର ବାସଭବନରୁ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ସିବିଆଇ) ଦ୍ୱାରା ଗିରଫ ହୋଇଥିଲେ ଚିଦମ୍ବରମ। ସିବିଆଇ ପାଖାପାଖି ୧୫ ଦିନ ଜେରା କରିବା ପରେ ତାଙ୍କୁ ତିହାଡ ଜେଲ୍କୁ ପଠା ଯାଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/739090-chidambaramphc.jpg)