ଆପଣ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସବିଆଇ)ର ସହାୟକ ବ୍ୟାଙ୍କର ଗ୍ରାହକ ଅଛନ୍ତି କି ? ଯଦି ହଁ ତେବେ ବେଳ ଥାଉ ଥାଉ ସବାଧାନ ହୋଇଯାଆନ୍ତୁ । ଆପଣଙ୍କୁ ଏସବିଆଇର ନିକଟରେ ଜାରିକରିଥିବା କିଛି ନିର୍ଦ୍ଦେଣ ଜାଣିବା ଜରୁରୀ ଅଟେ । ଆପଣ ଯେତେ ଶୀଘ୍ର ପାରୁଛନ୍ତି ନୂଆ ଚେକବୁକ ପାଇଁ ଆବଦେନ କରନ୍ତୁ । କାରଣ ୩୦ ଡିସେମ୍ବର ପରଠାରୁ ଆପଣଙ୍କ ପୁରୁଣା ଚେକବୁକ ଆବଦେନ ହୋଇଯିବ । ଏଥିରେ ଲେଖା ହୋଇଥିବା ପୁରୁଣା ଆଇଏଫଏସ୍ (ଇଣ୍ଡିଆନ୍ ଫାଇନାନ୍ସିଆଲ ସିଷ୍ଟମ୍) କୋଡ଼ ମଧ୍ୟ ଅବୈଧ ହୋଇଯିବ । ଏସବିଆଇ, ନିଜର ସବସିଡ଼ିଆରିି ବ୍ୟାଙ୍କ୍ ଗ୍ରାହକଙ୍କୁ, କହିଛି, ଯଲଦି ନୂଆ ଚକେବୁକ୍ ଓ ଆଇଏଫଏସ କୋଡ଼ ପାଇଁ ଆବେଦନ କରନ୍ତୁ । ଏସବିଆଇ ସହ ଯୋଡ଼ି ହୋଇଥିବା ସମସ୍ତ ବ୍ୟାଙ୍କର ଗ୍ରାହକ ଉପରେ ଏହି ଆଦେଶ ଲାଗୁ ହୋଇଛି । ଏହାର ଅର୍ଥ ହେଲା ଯଦି ଆପଣଙ୍କ ଖାତା ନିମ୍ନରେ ଦିଆଯାଇଥିବା ବ୍ୟାଙ୍କ ଗୁଡ଼ିକରେ ରହିଛି, ତେବେ ଆପଣଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ମାନିବା ପାଇଁ ପଡ଼ିବ ।
୧. ଷ୍ଟେଟ୍ ବ୍ୟାଙ୍କ ଅଫ୍ ତ୍ରାବଣକୋର୍
୨. ଷ୍ଟେଟ୍ ବ୍ୟାଙ୍କ ଅଫ୍ ପଟିୟାଲା
୩. ଷ୍ଟେଟ୍ ବ୍ୟାଙ୍କ ଅଫ ହାଇଦ୍ରାବାଦ୍
୪. ଷ୍ଟେ୍ ବ୍ୟାଙ୍କ ଅଫ ବିକାନେର ଆଣ୍ଡ ଜୟପୁର
୫. ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ରାୟପୁର
୬. ଭାରତୀୟ ମହିଳା ବ୍ୟାଙ୍କ୍
ତେବେ ଏସବିଆଇ ଏ ବିଷୟରେ ଟ୍ୱିଟ୍ କରି ସୂଚନା ଦେଇଛି । ଗ୍ରାହକ ନୂଆ ଚେକବୁକରେ ପାଇଁ ଇଂଟରନେଟ୍ ଓ ମୋବାଇଲ ବ୍ୟାଙ୍କ୍ ଜରିଆରେ ଆବେଦନ କରିପାରିବେ । ଏହା ବ୍ୟତୀତ ଏଙ୍କିମମ୍ ଓ ହୋମ ବ୍ରାଂଚକୁ ଯାଇ ଆପଣ ଆବେଦନ କରିପାରିବେ । ଏହାସହ ଏସବିଆଇରେ ଖାତା ଥିବା ଗ୍ରାହକମାନେ ମାସିକ ନିମ୍ନତମ ବାଲାନ୍ସ ନରଖିଲେ ଲାଗୁ ହେଉଥିବା ଶୁଳ୍କ ଉପରେ ସମୀକ୍ଷା କରୁଛି ବୋଲି ସୂଚନା ମିଳିଛି । ବ୍ୟାଙ୍କକୁ ଧ୍ୟାନରେ ରଖି ଉଚିତ ନିଷ୍ପତତ୍ତି ନିଆଯିବ ବୋଲି ବ୍ୟାଙ୍କ ତରଫରୁ ସୂଚନା ମିଳିଛିି ।