କନକ ବ୍ୟୁରୋ : ଅପହଞ୍ଚ ଗ୍ରାମରେ ପହଞ୍ଚିବ ଭାରତୀୟ ଷ୍ଟେଟ ବ୍ୟାଙ୍କ । ରାଜ୍ୟରେ ବ୍ୟାଙ୍କ ସୁବିଧା ନଥିବା ୪ହଜାର ଗ୍ରାମପଂଚାୟତରେ ବ୍ୟାଙ୍କ ସୁବିଧା ଯୋଗାଇ ଦେବ ଏସବିଆଇ । ଏନେଇ ସୋମବାର ରାଜ୍ୟ ସଚିବାଳୟରେ ଓଡିଶା ଲାଇଭଲିହୁଡ ମିଶନ ଓ ଷ୍ଟେଟ ବ୍ୟାଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଯାଇଛି ।
ରାଜ୍ୟରେ ଥିବା ତିନି ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟମାନେ ବ୍ୟାଙ୍କର ଏଜେଂଟ ଭାବରେ କାର୍ୟ୍ୟ କରିବେ । ପ୍ରାଥମିକ ପର୍ୟ୍ୟାୟରେ ୧ହଜାର ୨୪ଟି ଗ୍ରାମ ପଂଚାୟତରେ ଏହି କାର୍ୟ୍ୟକ୍ରମ ଆରମ୍ଭ ହେବ ଏବଂ ଆଗାମୀ ଦିନରେ ଏହା ଅନ୍ୟ ଗ୍ରମପଂଚାୟରେ କାର୍ୟ୍ୟକାରୀ କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-28-09h56m43s402.png)