ଗ୍ରାହକଙ୍କ ପାଇଁ ଖୁସି ଖବର ! ଫିକ୍ସ ଡିପୋଜିଟ୍(ସ୍ଥାୟୀ ଜମାରାଶି)ଉପରେ ଏସବିଆଇ ବୃଦ୍ଧି କଲା ସୁଧହାର

23

ଦେଶର ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନିୟମିତ ସମୟ ବ୍ୟଧାନରେ ଅନେକ ପଦକ୍ଷେପ ନେଉଛି । କେବେ ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବା ଠାରୁ ଆରମ୍ଭ କରି ଇଂଟରନେଟ୍ ଓ ମୋବାଇଲ ବ୍ୟାଙ୍କିଂ ଆଦି ପାଇଁ ବିଭିନ୍ନ ବ୍ୟବସ୍ଥା କରିଛି । ଅନ୍ୟପଟେ ଏସବିଆଇ ମନଇଚ୍ଛା ଲୋକଙ୍କ ଟଙ୍କା କାଟି ନେଉଛି ବୋଲି ମଧ୍ୟ ଅନେକ ଅଭିଯୋଗ ଆସୁଛି ।

ତେବେ ନିକଟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ଏପରି ଏକ ପଦକ୍ଷେପ ନେଇଛି ଯଦ୍ୱାରା ଗ୍ରାହକ ଲାଭରେ ରହିବେ । ଗତ ବୁଧବାର ଦିନ ଏସବିଆଇ ବିଭିନ୍ନ ସମୟସୀମାର ଜମାରାଶି ଉପରେ ସୁଧହାର ବୃଦ୍ଧି କରିଛନ୍ତି । ପ୍ରାୟ ୧୦ରୁ ୨୫ ଅଙ୍କ ପର୍ଯ୍ୟନ୍ତ ସୁଧହାର ବୃଦ୍ଧି କରାଯାଇଛି । ତେବେ ବ୍ୟାଙ୍କର ୱେବସାଇଟ ଅନୁସାରେ, ୨/୩ ବର୍ଷ ଅବଧିର ୧ କୋଟି ଟଙ୍କାରୁ କମ୍ ଜମାରାଶି ଉପରେ ସୁଧଦର ୬.୫୦ ପ୍ରତିଶତରୁ ବୃଦ୍ଧି କରି ୬.୬୦ ପ୍ରତିଶତ କରାଯାଇଛି ।

ଅନ୍ୟପଟେ, ୩ ରୁ ୫ ବର୍ଷ ଓ ୫ ରୁ ୧୦ ବର୍ଷ ଅବଧିରେ ଯଥାକ୍ରମେ ୧ କୋଟି ଟଙ୍କାରୁ କମ ଜମାରାଶି ଉପରେ ସୁଧଦର ପାଖାପାଖି ୬.୫୦ ପ୍ରତିଶତରୁ ବୃଦ୍ଧି କରି ୬.୭୦ ପ୍ରତିଶତ, ୬.୫୦ ପ୍ରତିଶତରୁ ବୃଦ୍ଧିକରି ୬.୭୫ ପ୍ରତିଶତ ହୋଇଛି । ଏହା ବ୍ୟତୀତ ବ୍ୟାଙ୍କ ଏହାର ମୁଖ୍ୟ ଅଂଶ ଅବଧି ଜମାରାଶୀ ଉପରେ ମଧ୍ୟ ସୁଧହାର ବୃଦ୍ଧି କରିଛି । ୧ କୋଟି ଟଙ୍କାରୁ ୧୦ କୋଟି ଟଙ୍କାକୁ ୧/୨ ବର୍ଷର ସମୟସୀମା ମଧ୍ୟରେ ଜମାରାଶିର ସୁଧହାରରେ ୨୫ ଆଧାର ଅଙ୍କ ବୃଦ୍ଧି କରାଯାଇ ୭.୦୦ ପ୍ରତିଶତ ହୋଇଯାଇଛି । ଏହାଛଡା ୧୦ କୋଟି ଟଙ୍କାରୁ ଅଧିକ ଜମାରାଶିର ୧/୨ ବର୍ଷ ଜମା ଉପରେ ସୁଧହାର ୨୫ ଆଧାର ଅଙ୍କକୁ ବୃଦ୍ଧି କରି ୭.୦୦ ପ୍ରତିଶତ ହୋଇଛି ।