ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ସାବିତ୍ରୀ ରଥ । କେନ୍ଦ୍ର ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି । କଲେଜିୟମ ପକ୍ଷରୁ ସୁପାରିଶ ହୋଇଥିଲା ଜଷ୍ଟିସ ସାବିତ୍ରୀଙ୍କ ନାଁ ।

Advertisment
ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ସାବିତ୍ରୀ ରଥ । କେନ୍ଦ୍ର ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି । କଲେଜିୟମ ପକ୍ଷରୁ ସୁପାରିଶ ହୋଇଥିଲା ଜଷ୍ଟିସ ସାବିତ୍ରୀଙ୍କ ନାଁ  ।

କନକ ବ୍ୟୁରୋ : ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ସାବିତ୍ରୀ ରଥ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁଶ୍ରୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି । ଏ ନେଇ ଆଜି କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହା ଫଳରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୧୬ରେ ପହଞ୍ଚିଛି। ଗତ ଜାନୁୟାରିରେ ସୁପ୍ରିମକୋର୍ଟ କଲିଜିୟମ୍ କେନ୍ଦ୍ର ସରକାରଙ୍କୁ ସୁଶ୍ରୀ ସାବିତ୍ରୀ ରଥଙ୍କ ନାମ ହାଇକୋର୍ଟ ବିଚାରପତି ପଦରେ ନିଯୁକ୍ତି ଲାଗି ସୁପ‌ାରିସ କରିଥିଲା।

ସାବିତ୍ରୀ ରଥ ହେଉଛନ୍ତି ପୂର୍ବତନ ପୁଲିସ ଡିଜି ପ୍ରଫୁଲ୍ଲ ରଥଙ୍କ ଝିଅ। ସୁଶ୍ରୀ ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ତୃତୀୟ ମହିଳା ବିଚାରପତି ଭାବେ କାର୍ଯ୍ୟ କରି‌ବେ। ତାଙ୍କ ପୂର୍ବରୁ ଜଷ୍ଟିସ ଅମିୟ କୁମାରୀ ପାଢ଼ୀ ଏବଂ ଜଷ୍ଟିସ ସଞ୍ଜୁ ପଣ୍ଡା ଏହି ସମ୍ମାନଜନକ ପଦବୀ ଅଳଂକୃତ କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe