ଦୁଇଭାଗ ହେଲା ପୂର୍ବତଟ ରେଳବାଇ ! ବିଜେଡ଼ି ମୁଖପାତ୍ର କହିଲେ, ରାଜନୈତିକ ଅଭିସନ୍ଧି ରଖି ଏପରି ନିଷ୍ପତ୍ତି ନେଇଛି ବିଜେପିି

356

କନକ ବ୍ୟୁରୋ : ପୂର୍ବତଟ ରେଳବାଇ, ଦକ୍ଷିଣତଟ ରେଳବାଇ ଅଲଗା ହୋଇଯିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର । ବିଜେପି ରାଜନୈତିକ ଅଭିସନ୍ଧି ରଖି ଏପରି କରିଛି । ଏହି ନିଷ୍ପତ୍ତି ବିଜେପି ସରକାରଙ୍କ ବୈମାତୃକ ମନୋଭାବକୁ ଦର୍ଶାଉଛି ବୋଲି କହିଛନ୍ତି ।  ଓଡ଼ିଶା ରେଳବାଇ କ୍ଷେତ୍ରରେ ଏହା ଏକ ବଡ଼ ବିପର୍ଯ୍ୟସ୍ତ । ଏହି ନିଷ୍ପତ୍ତି ଫଳରେ ଯେତିକି ରାଜସ୍ୱ ଆସୁଥିଲା, ତାହା କମିଯିବ । ବିଳାସପୁର ଓ ଚକ୍ରଧରପୁର ଡିଭିଜନ ପୂର୍ବତଟ ରେଳବାଇରେ ମିଶିନଥିବାରୁ ଏଠାରେ ଥିବା ଡିଜେଲ ଇଞ୍ଜିନ ମରାମତି ପାଇଁ ଦକ୍ଷିଣ ତଟ ରେଳବାଇ ପାଖରେ ହାତ ପତେଇବାକୁ ପଡ଼ିବ । ରାଉରକେଲା, ଯାଜପୁର, ରାୟଗଡ଼ା ତିନୋଟି ଡିଭିଜନ କରିବା ପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ବି କୌଣସି ସୁଫଳ ମିଳିନାହିଁ ବୋଲି କହିଛନ୍ତି ସସ୍ମିତ ପାତ୍ର ।

ସୂଚନାଯୋଗ୍ୟ ଦୁଇ ଭାଗ ହୋଇଛି ପୂର୍ବତଟ ରେଳବାଇ । ପୁଣି ଏକ ନୂଆ ରେଳ ଜୋନକୁ ଆଜି ମଂଜୁରୀ ନେଇ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ପିୟୂଷ ଗୋଏଲ । ନୂଆ ରେଳ ଜୋନର ନାଁ ରଖାଯାଇଛି ଦକ୍ଷିଣତଟ ରେଳପଥ । ବିଶାଖପାଟଣାରେ ରହିବ ଦକ୍ଷିଣ ତଟ ରେଳପଥର ମୁଖ୍ୟାଳୟ । ଦକ୍ଷିଣ ତଟ ରେଳପଥ ଅଧୀନରେ ରହିବ ଆନ୍ଧ୍ରପ୍ରଦେଶର ଗୁଂଟକଲ, ଗୁଂଟୁର ଏବଂ ବିଜୟୱାଡା ଡିଭିଜନ୍ । ୱାଲଟିୟର ଜୋନ୍ ଦୁଇ ଭାଗ ହୋଇ ଦୁଇ ଜୋନରେ ରହିବେ । ଦକ୍ଷିଣତଟ ରେଳପଥରେ ୱାଲଟିୟର ଡିଭିଜନରେ ଗୋଟିଏ ଜୋନ୍ ରହିବ । ଅନ୍ୟ ଜୋନଟି ନୂଆ ଡିଭିଜନରେ ପରିଣତ ହେବ । ପୂର୍ବତଟ ରେଳପଥ ଅଧିନରେ ରାୟଗଡାରେ ରହିବ ଏହାର ମୁଖ୍ୟାଳୟ । ହାଇଦ୍ରାବାଦ, ସିକନ୍ଦରାବାଦ ଏବଂ ନାନ୍ଦେଡ ଡିଭିଜନକୁ ନେଇ ସାଉଥ୍ ସେଂଟ୍ରାଲ ରେଲୱେ ହେବ ।