କନକ ବ୍ୟୁରୋ : କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମର ବାବା ସାରଥି ଓରଫ ସନ୍ତୋଷ ରାଉଳଙ୍କ ଜାମିନ ଆବେଦନ ଆଜି ହାଇକୋର୍ଟରେ ଖାରଜ ହୋଇଯାଇଛି । ମା-ଝିଅ ମାମଲାରେ ସାରଥିଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ଜଣାପଡ଼ିଛି । ପୂର୍ବରୁ ସାରଥିଙ୍କୁ ଦୁଇଟି ମାମଲାରେ ସୁପ୍ରିମକୋର୍ଟରୁ ଜାମିନ ମିିଳିଥିଲା ।
ସୂଚନାଯୋଗ୍ୟ, ହାଇଦ୍ରାବାଦର ଏକ ବିଳାସମୟ ହୋଟେଲରେ ଜଣେ ମହିଳାଙ୍କ ସହିତ ରହିବା ନେଇ ୨୦୧୫ ଅଗଷ୍ଟ ୪ରେ ଏକ ଆଞ୍ଚଳିକ ଟିଭି ଚ୍ୟାନେଲରେ ଖବର ପ୍ରସାରଣ ହେବା ପରେ ସାରା ରାଜ୍ୟରେ ଚାଞ୍ଚଳ୍ୟ ଖେଳି ଯାଇଥିଲା । ରିପୋର୍ଟ ଅନୁସାରେ ବାବା ଏକ ଟି-ସର୍ଟ ଓ ଜିନ୍ସ ପ୍ୟାଣ୍ଟ ପିନ୍ଧି ଥିଲେ। ବିଭିନ୍ନ ସାମାଜିକ ସଂଗଠନ ଓ ମହିଳା ସଙ୍ଗଠନ ତରଫରୁ ଆତ୍ମଘୋଷିତ ଭଗବାନ ସାରଥିଙ୍କୁ ପୁଲିସ ୨୦୧୫ ଅଗଷ୍ଟ ୮ରେ ଗିରଫ କରିଥିଲା । ବାରିମୂଳ ଆଶ୍ରମ ସେହି ଦିନଠାରୁ ସିଲ ହୋଇଥିବା ବେଳେ, ଏହି ଘଟଣାରେ ତତ୍କାଳୀନ ଏସ୍ପି ସତୀଶ ଗଜଭିୟେ ଚାକିରିରୁ ନିଲମ୍ବିତ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/Sarathi-Baba-wallpaper-624x449.jpg)